ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ୍ ର କୁଟାଶିଂହା ଠାରେ ପଶ୍ଚିମ ଓଡ଼ିଶାର ଖ୍ୟାତି ଲାଭ କରିଥିବା ଶଦ୍ଦ ନୃତ୍ୟର ପୃଷ୍ଠପୋଷକଙ୍କ ଦାୟାଦ ଶ୍ରୀମାନ ଦିନେଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭଜମନ କଳପତିଷଡ ଗଠନ କରାଯାଇ କୁଟାଶିଂହା ଦୂର୍ଗା ପୂଜା କମିଟିର ପିଲା ମାନଙ୍କୁ ନେଇ ଯାତ୍ରା ଶ୍ରୀ ମା ଅଭୟା ଦ୍ଵାରା ଏକ ସାମାଜିକ ପ୍ରେମ ଭରା, ଦୁଃଖ ଭରା ନାଟକ ସିନ୍ଦୂର ପିଦ୍ଧିଲି ଦିନକ ପାଇଁ ପରିବେଷିତ ହୋଇଯାଇଅଛି। ମୁଖ୍ୟବକ୍ତା ଭାବରେ ପଚିମ୍ ଓଡ଼ିଶାର ନାଟ୍ୟ ମହର୍ଷି ଭଗବାନ୍ ସାହୁଙ୍କ ପଟ୍ଟ ଶିଷ୍ୟ, ଶବ୍ଦ ନୃତ୍ୟ ଗବେଷକ ଭାଗବତ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ପ୍ରଧାନ ଶିକ୍ଷକ, ନାଟ୍ୟ ଲେଖକ, ଗାଳ୍ପିକ ଡକ୍ଟର ସୁବାସ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳରେ ଲୁଚିଥିବା କଳାକୁ ଉଦ୍ଜୀବିତ କରି କଳାର ବିକାଶ କରିବାକୁ ସମସ୍ତ କଳାକାର ବୃନ୍ଦ କୁ ଉତ୍ସାହିତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉଦ୍ଘୋଷକ, ଅଭିନେତା, ନାଟ୍ୟ ଗବେଷକ ରାମଜୀ ପ୍ରଧାନ ଓ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ। ଏହି ନାଟକରେ ୭୭ ବର୍ଷ ବୟସରେ ଶବ୍ଦ ନୃତ୍ୟ ପରିବେଷଣ କରିଥିବା ଗଦାଧର ବରିହାଙ୍କୁ ଉଚ୍ଚ ପ୍ରଶଂସିତ ହୋଇଛି।
ଏହି ନାଟକରେ ଆନନ୍ଦ ଚନ୍ଦ୍ର ପଶାୟତ ନିର୍ଦ୍ଦେଶନା ଦେଇଥିଲେ। ସରପଞ୍ଚ ଡିଗ୍ରୀ ମେହେର, ପୂର୍ବତନ ସମିତି ସଭ୍ୟ ପ୍ରକାଶ ବେହେରାଙ୍କ ପରିଚାଳନାରେ ଏହି ନାଟକ ମଞ୍ଚସ୍ଥ ହୋଇଥିବା ଅଞ୍ଚଳରେ ପ୍ରଶଂସନୀୟ ହୋଇପାରିଛି, ଏଥିପାଇଁ ଦିନେଶ ଦାସକୁ ଭୂୟସୀ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ