ଜୟପୁର, 15 ଅକ୍ଟୋବର (ହି.ସ.)ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚ କୋରାପୁଟ ଜିଲ୍ଲା ତରଫରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଜୟପୁର ପୁରୁଣା ସରକାରୀ ବସଷ୍ଟାଣ୍ଟରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଦେଇ ସୂର୍ଯ୍ୟମହଲ ପର୍ଯନ୍ତ ହୋଇଥିଲା ଏବଂ ସୂର୍ଯ୍ୟମହଲରେ ଏକ ବିକ୍ଷୋଭ ସଭା କରାଯାଇଥିଲା। ଧର୍ମାନ୍ତରଣ ଏକ ରାଷ୍ଟ୍ରବିରୋଧ କାର୍ଯ୍ୟକଳାପ ହେବାସହ ସ୍ବାଧନତା ପୂର୍ବରୁ ଭାରତରେ ଖ୍ରୀଷ୍ଟିଆନ ମିସିନାରୀ ମାନଙ୍କ ଦ୍ବାରା ସାରା ଭାରତରେ ସରଳ ନିରିହ ଜନଜାତି ବନବାସୀ ଓ ଅନୁସୂଚିତ ଜାତିର ଲୋକ ମାନଙ୍କୁ କଳବଳ ପ୍ରଲୋଭନ ମାଧ୍ୟମରେ ଧର୍ମାନ୍ତରଣ କରାଯାଉଛି ତାସତ୍ତ୍ବେ ମଧ୍ୟ ହିନ୍ଦୁ ସମାଜ କେବେ ମଧ୍ୟ ଅନ୍ୟ ଧର୍ମାବଲାମି ଲୋକଙ୍କୁ ଅତ୍ୟାଚାର କରିନାହିଁ।ଏହି ବେଆଇନ ଧର୍ମାନ୍ତକରଣ ଉପରେ ରୋକ ଲଗେଇବା ଧର୍ମର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ କରିବା ପାଇଁ ଦାବୀ ହୋଇଛି। ନିଜ ବଳ ଓ ପ୍ରଲୋଭନ ଦ୍ବାରା ଧର୍ମାନ୍ତରଣକୁ ବିରୋଧ କରୁଥିବା ସମ୍ବିଧାନର ଆଇନ ଧାରା ୨୫ କୁ ଉଚ୍ଛେଦ କରିବା ପାଇଁ ସୁପ୍ରିମକୋର୍ଟ ମାଧ୍ୟମରେ କରାଯାଉଥିବା ପ୍ରୟାସ ବିରୋଧରେ ଆଜିର ଏହି ବିରୋଧ ଶୋଭାଯାତ୍ରା କରାଯାଇଥିଲା ଏହା ସହ ନିମ୍ନ ଲିଖିତ ଦାବି ଗୁଡ଼ିକ କରାଯାଇଥିଲା ଅବୈଧ ଧର୍ମାନ୍ତରଣକୁ ସମ୍ପୁର୍ଣ ବନ୍ଦ କରାଯାଉ ଓ ଧର୍ମାନ୍ତରଣ ବିରୋଧ ଆଇନ କଡାକଡି କରାଯାଉ ସମ୍ବିଧାନର ଧାରା ୨୫ କୁ ବଳବତ୍ତର ରଖାଯାଉ ବିଭିନ୍ନ ରାଜ୍ୟରେ ପାରିତ ହୋଇଥିବା ଧର୍ମାନ୍ତରଣ ବିରୋଧ ଆଇନକୁ ବଳବତ୍ତର ରଖିବା ସହିତ ଓଡିଶାରେ ମଧ୍ୟ ରାଜସ୍ଥାନ ଅନୁରୁପ ବେଆଇନ ଧର୍ମାନ୍ତରଣ କାରୀଙ୍କୁ ଆଠବର୍ଷ ଜେଲ ଦଣ୍ଡ ଓ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ଆଇନ ପ୍ରଣୟନ କରାଯାଉ। କୋରାପୁଟ ଜିଲ୍ଲାରେ ଅଧିକାଂଶ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ମଧ୍ୟ ଅନୁସୂଚିତ ଜାତିର ମାନ୍ୟତା ପାଇଁ ସରକାରୀ ସୁବିଧା ପାଉଛନ୍ତି ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ହିନ୍ଦୁ ସମାଜରେ ଅନୁସୂଚିତ ଜାତି ଓ ଜନତାତିର ସୁରକ୍ଷା ପାଇଁ ଧର୍ମାନ୍ତରଣ ସଂପୂର୍ଣ ବନ୍ଦ କରିବା ଦାବି କରାଯାଇଛି। ବିଶ୍ଵ ହିନ୍ଦୁ ପରିଷଦର ସହଯୋଗରେ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚ ଏହି ଦାବୀ କରିଥିଲା। ଏହି କାର୍ଯ୍ୟକ୍ରମରେ ବାବୁ ଭାଇ ବଜରଙ୍ଗି, ବୁନୁ ରଥ ତେଜେଶ୍ୱର ପଣ୍ଡା ଗଙ୍ଗା ନାୟକ ପ୍ରମୁଖ ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି