ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ପୁଅ ସାଜିଲା ନକଲି ମାଓବାଦୀ, ଅଭିଯୁକ୍ତ କୋର୍ଟଚାଲାଣ
ଭବାନୀପାଟଣା, ୧୫ ଅକ୍ଟୋବର (ହି.ସ.)- ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ପୁଅ ସାଜିଲା ନକଲି ମାଓବାଦୀ । ବାପାଙ୍କୁ ଲେଖିଲା ଧମକପୂର୍ଣ୍ଣ ଚିଠି । କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି ଏମିତି ଏକ ଖବର । ରୁପ୍ରା ରୋଡର ଜଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ୨୪ ବର୍ଷିୟ ପୁଅ ଅଙ୍କୁଶ ଅଗ୍ରୱାଲ ନ
ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ପୁଅ ସାଜିଲା ନକଲି ମାଓବାଦୀ, ଅଭିଯୁକ୍ତ କୋର୍ଟଚାଲାଣ


ଭବାନୀପାଟଣା, ୧୫ ଅକ୍ଟୋବର (ହି.ସ.)- ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ପୁଅ ସାଜିଲା ନକଲି ମାଓବାଦୀ । ବାପାଙ୍କୁ ଲେଖିଲା ଧମକପୂର୍ଣ୍ଣ ଚିଠି । କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି ଏମିତି ଏକ ଖବର ।

ରୁପ୍ରା ରୋଡର ଜଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ୨୪ ବର୍ଷିୟ ପୁଅ ଅଙ୍କୁଶ ଅଗ୍ରୱାଲ ନିଜ ବାପାଙ୍କୁ ମାଓବାଦୀଙ୍କ ନାଁରେ ୩୫ ଲକ୍ଷ ଟଙ୍କା ବଟି ଦେବାକୁ ଚିଠି ଲେଖିଥିଲା । ଗତ ୬ ତାରିଖରେ ସେ ଏହି ଚିଠି ଲେଖି ନିଜ କାର୍ ରେ ରଖି ଦେଇଥିଲା । ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ, ୩୫ ଲକ୍ଷ ଟଙ୍କା ଦିଅ, ନଚେତ୍ ତୁମ ପରିବାରର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବୁ । ଅନୁରୂପ ଭାବେ ଅଭିଯୁକ୍ତ ତାଙ୍କ ବାପା ଦିନେଶଙ୍କ ସାଙ୍ଗ ପାଖକୁ ମଧ୍ୟ ଏକ ଚିଠି ପଠାଇଥିଲା । ଏହି ଧମକପୂର୍ଣ୍ଣ ଚିଠି ପାଇବା ପରେ ଭୟଭିତ ହୋଇପଡିଥିଲେ ପରିବାର ଲୋକ । ବାପା ଦିନେଶ ନର୍ଲା ଥାନାରେ ଏ ସମ୍ପର୍କରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ପୋଲିସ ଘଟଣାର ତଦନ୍ତ କରି ଅଙ୍କୁଶ ଏସବୁ କାରନାମା କରିଥିବା ଜାଣିବା ପରେ ତାକୁ ଗିରଫ କରିଛି । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande