ମାଓବାଦୀଙ୍କ ନାମରେ ବାପାଙ୍କୁ ଚାନ୍ଦା ମାଗି ପୁଅ କୋର୍ଟଚାଲାଣ
ଭବାନୀପାଟଣା, ୧୫ ଅକ୍ଟୋବର (ହି.ସ.)- ମାଓବାଦୀଙ୍କ ନାମରେ ବାପାଙ୍କୁ ଚାନ୍ଦା ମାଗି ପୁଅ ଗିରଫ । ମାଓବାଦୀଙ୍କ ନାମରେ ଚିଠି ଦେଇ ବ୍ୟବସାୟୀ ବାପାଙ୍କୁ ଚାନ୍ଦା ମାଗିଥିଲେ ପୁଅ । ଲକ୍ଷେ କି ୨ ଲକ୍ଷ ନୁହେଁ, ପୂରା ୩୫ ଲକ୍ଷ । ଏବେ ଧରାପଡ଼ି ଜେଲ୍ ଯାଇଛନ୍ତି । ଏହି ଖବର କଳାହାଣ୍ଡି ଜିଲାରେ ଚର୍ଚ୍ଚାର ବି
ପୁଅ ଅଙ୍କୁଶ (୨୪)


ଭବାନୀପାଟଣା, ୧୫ ଅକ୍ଟୋବର (ହି.ସ.)- ମାଓବାଦୀଙ୍କ ନାମରେ ବାପାଙ୍କୁ ଚାନ୍ଦା ମାଗି ପୁଅ ଗିରଫ । ମାଓବାଦୀଙ୍କ ନାମରେ ଚିଠି ଦେଇ ବ୍ୟବସାୟୀ ବାପାଙ୍କୁ ଚାନ୍ଦା ମାଗିଥିଲେ ପୁଅ । ଲକ୍ଷେ କି ୨ ଲକ୍ଷ ନୁହେଁ, ପୂରା ୩୫ ଲକ୍ଷ । ଏବେ ଧରାପଡ଼ି ଜେଲ୍ ଯାଇଛନ୍ତି । ଏହି ଖବର କଳାହାଣ୍ଡି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।

କଳାହାଣ୍ଡି ଜିଲା ନର୍ଲା ଥାନା ରୁପ୍ରାରୋଡ଼ ବାସିନ୍ଦା ଦୀନେଶ ଅଗ୍ରୱାଲ । ତାଙ୍କର ଏକମାତ୍ର ପୁଅ ଅଙ୍କୁଶ (୨୪) । ବାପାଙ୍କ ଠାରୁ ଟଙ୍କା ଝଡ଼େଇବା ପାଇଁ ସେ ସୁଚିନ୍ତିତ ଉପାୟ ବାହାର କରିଥିଲେ । ଗତ ୫ ତାରିଖରେ ମାଓବାଦୀଙ୍କ ନାମରେ ଏକ ଚିଠି ଲେଖି ଅଙ୍କୁଶ ନିଜ କାର୍ ରେ ରଖି ଦେଇଥିଲେ । ‘ଶୀଘ୍ର ୩୫ ଲକ୍ଷ ଟଙ୍କା ଦିଅ; ନଚେତ୍ ତୁମ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବୁ’ ବୋଲି ଚିଠିରେ ଲେଖା ହୋଇଥିଲା । ଚିଠି ପାଇବା ପରେ ଦୀନେଶ ଓ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ଦୀନେଶ ତୁରନ୍ତ ମାଓବାଦୀଙ୍କ ଚିଠି ଓ ଚାନ୍ଦା ସମ୍ପର୍କରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ବିଜୟ ମାଝୀ ଘଟଣାର ତଦନ୍ତ କରିଥିଲେ । ଚାନ୍ଦା ମାଗିବା ଓ ଚିଠିକୁ ଗାଡ଼ିରେ ରଖିବା ଆଉ କେହି ନୁହେଁ; ଖୋଦ୍ ଅଭିଯୋଗକାରୀଙ୍କ ପୁଅ ଅଙ୍କୁଶ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଅଙ୍କୁଶଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ପୁଲିସ ମଙ୍ଗଳବାର ତାଙ୍କୁ ଗିରଫ କରିବା ସହ ଆଜି ମ.ରାମପୁର କୋର୍ଟକୁ ଚାଲାଣ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଅଭିଯୋଗକାରୀ ଦୀନେଶ ଅଗ୍ରୱାଲ ଅଂଚଳର ଜଣେ ଜଣାଶୁଣା ଠିକାଦାର । କଳାହାଣ୍ଡି ଜିଲାରେ ‘ବସୁଧା ଯୋଜନାରେ ସେ ବହୁସଂଖ୍ୟକ ଓଭରହେଡ୍ ପାଣିଟାଙ୍କି ନିର୍ମାଣ ଓ ନଳକୂପ ଖନନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande