ଶିଶୁ ମହୋତ୍ସବ ସୁରଭି-୨୦୨୫ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅନ୍ତା ଠାରେ ଅନୁଷ୍ଠିତ
ଜୟପୁର, ୧୫ ଅକ୍ଟୋବର (ହି.ସ.)- ଜୟପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ଫାମ୍ପୁଣୀ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅନ୍ତା ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଫାମ୍ପୁଣୀ କ୍ଲଷ୍ଟର ର ୧୮ ଟି ବିଦ୍ୟାଳୟରୁ ପାଖାପାଖି ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ
ଶିଶୁ ମହୋତ୍ସବ ସୁରଭି-୨୦୨୫ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅନ୍ତା ଠାରେ ଅନୁଷ୍ଠିତ


ଜୟପୁର, ୧୫ ଅକ୍ଟୋବର (ହି.ସ.)- ଜୟପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ଫାମ୍ପୁଣୀ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅନ୍ତା ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଫାମ୍ପୁଣୀ କ୍ଲଷ୍ଟର ର ୧୮ ଟି ବିଦ୍ୟାଳୟରୁ ପାଖାପାଖି ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, କୁଇଜ, ବିତର୍କ, ସୁନ୍ଦର ହସ୍ତାକ୍ଷର, ସୃଜନଶୀଳ ଲିଖନ, ଗଣିତ ଦୌଡ଼, ଗଳ୍ପ କଥନ, ସଂଗୀତ, ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଫାମ୍ପୁଣୀ କ୍ଲଷ୍ଟରର ଆଞ୍ଚଳିକ ସଂଯୋଜକ ଜ୍ୟୋତିଶଙ୍କର ତ୍ରିପାଠୀଙ୍କ ତତ୍ତ୍ୱlବଧାନରେ ଏହି କାର୍ଯ୍ୟକ୍ରମଟି ପରିଚାଳନା କରାଯାଇଥିଲା। ଏହି ଅବସରରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କେ. ଗୋପାଳ, ପୂର୍ବତନ ଆଞ୍ଚଳିକ ସଂଯୋଜକ ସର୍ବେଶ୍ୱର ପଟ୍ଟନାୟକ, ଅନ୍ତା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ସାହୁ, ଅନ୍ତା ପଂଚାୟତ ସରପଞ୍ଚ ବାବୁଲା ଦିଶାରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପିତାମ୍ବର ହରିଜନ, ସଦସ୍ୟ ବାଲି ହରିଜନ, ଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା, ଦିଲ୍ଲୀପ ମିଶ୍ର, ଜ୍ୟୋତିରାଣୀ ପଣ୍ଡା,ହରିହର ପଟ୍ଟନାୟକ ଯୋଗଦେଇ ଥିଲେ l ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ l ଯେଉଁ ଛାତ୍ରଛାତ୍ରୀମାନେ କ୍ଲଷ୍ଟର ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଆସନ୍ତା ଅକ୍ଟୋବର ୨୫ ତାରିଖ ଦିନ ବ୍ଲକ ସ୍ତରରେ ଭାଗ ନେବେ ବୋଲି ମୁଖ୍ୟ ଅତିଥି ଜଣାଇ ଥିଲେ l

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାୟକ, ଶିକ୍ଷକ ଅଜିତ ଶତପଥୀ, ଅଭିପ୍ସା ପାତ୍ର, କାହ୍ନୁଚରଣ ତ୍ରିପାଠୀ, ଭାଗ୍ୟଲତା ସାହୁ, ସୁସ୍ମିତା ପାଢ଼ୀ ଗୋବିନ୍ଦ ନାୟକ, ମନୋରଞ୍ଜନ ପଲାଇଙ୍କ ସମେତ ଫlମ୍ପୁଣୀ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande