ତୁରେକେଲା ବ୍ଲକ କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ଉତ୍ସବ
ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ଉତ୍ସବ ବ୍ଲକର ସୀମାନିବାହାଲ ଗାଁରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନିରୂପମା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଛାୟାବତୀ ମେହେର, କମ୍ପାନୀ
ତୁରେକେଲା ବ୍ଲକ କୃଷକ ଉତ୍ପାଦକ ସଂସ୍ଥାର ବାର୍ଷିକ ତୃତୀୟ ଉତ୍ସବ


ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ଉତ୍ସବ ବ୍ଲକର ସୀମାନିବାହାଲ ଗାଁରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନିରୂପମା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଛାୟାବତୀ ମେହେର, କମ୍ପାନୀ ପରିଚାଳନା ନିର୍ଦେଶକ ସ୍ନିଗ୍ଧା ମେହେର, ନିର୍ଦେଶକ ମଞ୍ଜୁଲତା ସାହୁ, ଚନ୍ଦ୍ରକାନ୍ତି ପୁଟେଲ ମଂଚସିନ ଥିଲେ । ବ୍ଲକର ଅନେକ ଚାଷୀ ଏହି କମ୍ପାନୀରୁ କପା ନେଇ ଉପକୃତ ହେଉଥିବା ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ୭୫୦ ଜଣ କୃଷକ ଭାଇ ସାମିଲ ଥିବା ଜଣାପଡିଛି ।

ଏଥିରେ ଉତ୍ପାଦକ କମ୍ପାନୀର କର୍ମଚାରୀ, ଅଗ୍ରଣୀ ଚାଷୀ, କୃଷି ସଖୀ ଓ ମହିଳା ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande