ଗୁଜୁରାଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ : ଗାଁରେ ଶୋକର ପରିବେଶ
ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଅନ୍ତର୍ଗତ ପିଙ୍ଗଲମୁଣ୍ଡା ଗାଁର ଯୁବ ଦାଦନ ଶ୍ରମିକ ଇଶ୍ୱର ରାୟ(୨୩)ଙ୍କ ମୃତ୍ୟୁ ଗୁଜୁରାଟର ଗାନ୍ଧୀଧାମରେ ଘଟିଥିବା ଖବର ମିଳିଛି। ଗତ ମାସ ତଳେ ସେ କାମ ନିମନ୍ତେ ସେଠାକୁ ଯାଇଥିଲେ ବୋଲି ପରିବାର ସୂତ୍ରରୁ ଜଣାଯାଇଛି। ଗୁଜୁରାଟ ରାଜ୍
ଗୁଜୁରାଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ : ଗାଁରେ ଶୋକ ର ପରିବେଶ


ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଅନ୍ତର୍ଗତ ପିଙ୍ଗଲମୁଣ୍ଡା ଗାଁର ଯୁବ ଦାଦନ ଶ୍ରମିକ ଇଶ୍ୱର ରାୟ(୨୩)ଙ୍କ ମୃତ୍ୟୁ ଗୁଜୁରାଟର ଗାନ୍ଧୀଧାମରେ ଘଟିଥିବା ଖବର ମିଳିଛି। ଗତ ମାସ ତଳେ ସେ କାମ ନିମନ୍ତେ ସେଠାକୁ ଯାଇଥିଲେ ବୋଲି ପରିବାର ସୂତ୍ରରୁ ଜଣାଯାଇଛି। ଗୁଜୁରାଟ ରାଜ୍ୟ ସ୍ଥିତ ଗାନ୍ଧୀଧାମ ଥାନା ଅନ୍ତର୍ଗତ ପାଟଣା ଠାରେ ଗାୟତ୍ରୀ ପେଟ୍ରୋଲ ପମ୍ପ ନିକଟରେ ଥିବା ଅଗ୍ରୱାଲ କାଠ କାରଖାନାରେ ଈଶ୍ୱର କାମ କରୁଥିଲେ। କାମ କରୁଥିବା ସମୟରେ କିଛିଦିନ ପୂର୍ବରୁ ତାଙ୍କ ସହ ଦୁର୍ଘଟଣା ଘଟିଥିବା ପରିବାର ଲୋକ କହିଛନ୍ତି। ସେହି ଦୁର୍ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ହୋଇ ଅବଶେଷରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତଦେହ ଗାଁକୁ ଆସୁଥିବା ସୂଚନା ମିଳିଛି ଓ ପରିବାର ଏବଂ ଗ୍ରାମବାସୀ ଶୋକାକୁଳ ଅବସ୍ଥାରେ ଅଛନ୍ତି। ଏପର୍ଯ୍ୟନ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୁଚନା ବା ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀ ଓ ସାମାଜିକ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଦାଦନ ଶ୍ରମିକଙ୍କ ସୁରକ୍ଷା, ରେଜିଷ୍ଟ୍ରେସନ ଓ ବୀମା ବ୍ୟବସ୍ଥା ନେଇ ସରକାର ଗୁରୁତର ଭାବେ ଚିନ୍ତା ଆବଶ୍ୟକ। ଗ୍ରାମରେ ଏହି ଦୁଃଖଦ ଘଟଣା ପରେ ଶୋକ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande