ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- ନବୀନ
ନିବାସରେ ବିଜେଡିର ପ୍ରାର୍ଥୀ କସରତ୍ । ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥି ଚୟନକୁ ନେଇ ବିଜେଡିରେ
ବଢୁଛି ବିବାଦ । କମିଟି ଭିତରେ ଫାଟକୁ ନେଇ ଗତକାଲି ବୈଠକରେ ବାହାରି ପାରିଲାନି ନିଷ୍କର୍ଷ । ନବୀନଙ୍କ
ନିକଟରେ ଅଟକିଛି ନିଷ୍ପତ୍ତି । ନବୀନ ନିବାସରେ ପହଁଞ୍ଚିଛନ୍ତି ବରିଷ୍ଠ ନେତୃତ୍ବ । ବବି ଦାସ, ଟୁକୁନୀ ସାହୁ, ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ
ଅଛନ୍ତି ।
ଅନ୍ୟପଟେ ଟିକେଟ ଆଶାରେ
ଭୁବନେଶ୍ୱର ଡେରା ପକାଇଛନ୍ତି ନୂଆପଡା ବିଜେଡିର ତିନି ନେତା । ପୂର୍ବତନ ଜିଲ୍ଲା ସଭାପତି ମନୋଜ
ମିଶ୍ର, ଖରିଆର ବ୍ଲକ ଅଧକ୍ଷା ତାରେଶ୍ଵରୀ ସାହୁ, ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ
ପ୍ରତାପ ସିଂ ମାଝୀ ଭୁବନେଶ୍ୱରରେ ଡେରା ପକାଇଛନ୍ତି । ଚର୍ଚ୍ଚା ହେଉଛି ଦୁଇ ଗୋଷ୍ଠୀ
ଦେଇଥିବା ନାଁ ମଧ୍ୟରୁ ଗୋଟେ ନାଁରେ ଉପରେ ଆଜି ମୋହର ମାରିପାରନ୍ତି ନବୀନ । ଆଜି ସନ୍ଧ୍ୟା
ସୁଦ୍ଧା ବିଜେଡିର ନୂଆପଡା ପ୍ରାର୍ଥିଙ୍କ ନାମ ଘୋଷଣା କରିପାରନ୍ତି ନବୀନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା