ଯୋଧପୁର, 15 ଅକ୍ଟୋବର (ହି.ସ.)-
ଯୋଧପୁର–ଜୈସଲମେର
ରୋଡ଼ ଉପରେ ଥଇଯାତ ଗ୍ରାମ ନିକଟରେ ମଙ୍ଗଳବାର ଦ୍ୱିପ୍ରହରରେ ଘଟିଥିବା ଘରୋଇ ବସ୍
ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ୧୯ ଜଣଙ୍କ ଶବକୁ ବର୍ତ୍ତମାନ ଯୋଧପୁର ଆଣାଯାଇଛି। ଏହାର
ଡିଏନଏ ପରୀକ୍ଷା କରାଯିବ ଓ ପରେ ଶବଗୁଡ଼ିକୁ ପରିଜନଙ୍କୁ ହସ୍ତାନ୍ତର କରାଯିବ। ଯୋଧପୁରର
ଏମ.ଜି. ହସ୍ପିଟାଲ୍ ଓ ଏମ୍ସ ହସ୍ପିଟାଲ୍ ର ମର୍ଚରୀରେ ଶବଗୁଡ଼ିକୁ ରଖାଯାଇଛି।
ଏମ.ଜି.
ହସ୍ପିଟାଲ୍ ଅଧୀକ୍ଷକ ଡ଼. ଫତେହ ସିଂହ ଭାଟି କହିଛନ୍ତି ଯେ ୯ଟି ଶବ ଏମ.ଜି.ଏଚ୍ ଓ ୧୦ଟି ଶବ
ଏମ୍ସ ହସ୍ପିଟାଲ୍ ମର୍ଚରୀରେ ରଖାଯାଇଛି। ଗୋଟିଏ ଶବ ପୂର୍ବରୁ ହିଁ ଯୋଧପୁରରେ ଥିଲା। ଆହତଙ୍କ
ମଧ୍ୟରୁ ପାଞ୍ଚ ଜଣ ଭେଣ୍ଟିଲେଟର୍ ଉପରେ ଅଛନ୍ତି ଓ ଆଠ ଜଣଙ୍କ ଅବସ୍ଥା ଗଭୀର ଥିବା ଜଣାପଡ଼ିଛି।
ଉଲ୍ଲେଖନୀୟ
ଯେ, ମଙ୍ଗଳବାର ଅପରାହ୍ନ ପ୍ରାୟ
ସାଢ଼େ ତିନିଟା ସମୟରେ, ଜୈସଲମେରରୁ ଯୋଧପୁର ଯାଉଥିବା ଏକ ଘରୋଇ ବସର
ଏସିରେ ଶର୍ଟ ସର୍କିଟ୍ ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ୨୦ ଜଣ ଜଳିଯାଇ
ମୃତ୍ୟୁବରଣ କରିଥିଲେ।୧୫ ଜଣ ଗୁରୁତର ଓ ସାଧାରଣ ଭାବେ ପୋଡି ଯାଇଥିଲେ। ବସ୍ରେ ମୋଟ
୫୭ ଜଣ ଯାତ୍ରୀ ଥିଲେ। ଏହି ବସ୍ର ପଞ୍ଜିକରଣ ଏହି ମାସରେ ହୋଇଥିଲା ଓ ବସ୍ଟି ନୂଆ ଥିଲା। ରାତିରେ
ରାଜ୍ୟର ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ପ୍ରଥମେ ଜୈସଲମେର ଏବଂ ପରେ ଯୋଧପୁରର ଏମ.ଜି.
ହସ୍ପିଟାଲ୍ ଯାଇ ଆଲୋଚନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା