ଡ. ଏ.ପି.ଜେ. ଅବଦୁଲ କଲାମଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.) - ଡ. ଏ.ପି.ଜେ. ଅବଦୁଲ କଲାମଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ବୈଜ୍ଞାନିକ, ବିଶିଷ୍ଟ ଶିକ୍ଷାବିତ୍ ଏବଂ ଭାରତର ପୂର୍ବତନ ରାଷ୍ଟ୍ର
ଡ. ଏ.ପି.ଜେ. ଅବଦୁଲ     କଲାମଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)

- ଡ. ଏ.ପି.ଜେ.

ଅବଦୁଲ କଲାମଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ବୈଜ୍ଞାନିକ, ବିଶିଷ୍ଟ ଶିକ୍ଷାବିତ୍ ଏବଂ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ

କଲାମଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ,ମିସାଇଲ୍ ମ୍ୟାନ୍ ଭାବରେ ପରିଚିତ ଡ. କଲାମଙ୍କ ସରଳ ଜୀବନଶୈଳୀ, ଉଦାର ଚିନ୍ତାଧାରା ଏବଂ କଠିନ ପରିଶ୍ରମ ଆଜି ବି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।

ଆସନ୍ତୁ, ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ଗଠନ

ଦିଗରେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande