ବ୍ୟାଙ୍କ ଅନିୟମିତତା ବିରୁଦ୍ଧରେ ସମବାୟ ବିଭାଗର ଦୃଢ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତି ନିଲମ୍ବିତ ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ବ୍ୟାଙ୍କ ଅନିୟମିତତା ବିରୁଦ୍ଧରେ ସମବାୟ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିଯୁକ୍ତି ପ୍ରଦାନରେ ଅନିୟମିତତା, ନିୟମ ବିରୁଦ୍ଧ ଅବୈଧ କାର୍ଯ୍ୟ, ବ୍ୟାଙ୍କର ନିୟମ, ଅଧିନିୟମ ଓ ମାର୍
ବ୍ୟାଙ୍କ ଅନିୟମିତତା ବିରୁଦ୍ଧରେ ସମବାୟ ବିଭାଗର ଦୃଢ କାର୍ଯ୍ୟାନୁଷ୍ଠାନ


କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତି ନିଲମ୍ବିତ

ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ବ୍ୟାଙ୍କ ଅନିୟମିତତା ବିରୁଦ୍ଧରେ ସମବାୟ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିଯୁକ୍ତି ପ୍ରଦାନରେ ଅନିୟମିତତା, ନିୟମ ବିରୁଦ୍ଧ ଅବୈଧ କାର୍ଯ୍ୟ, ବ୍ୟାଙ୍କର ନିୟମ, ଅଧିନିୟମ ଓ ମାର୍ଗଦର୍ଶିକାକୁ ଅତିକ୍ରମ କରି କାର୍ଯ୍ୟକରିବା, ଋଣ ପ୍ରଦାନରେ ନିୟମକୁ ପାଳନ ନକରିବା ଆଦି ବିଭିନ୍ନ ଅଭିଯୋଗରେ କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଓ ସମସ୍ତ ସଦସ୍ୟଙ୍କୁ ତତ୍କାଳ ନିଲମ୍ବନ ଆଦେଶ ଜାରି କରାଯାଇଛି । ଓଡ଼ିଶା ସମବାୟ ସମିତି ଆଇନ-୧୯୬୨ (ସେକ୍ସନ-୩୨, ସବ୍‌-ସେକ୍ସନ-୭) ଅନୁସାରେ ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି । ପରବର୍ତ୍ତି ଆଦେଶନାମା ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାପାଳ କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନାର ପ୍ରଶାସକ ଭାବେ କାର୍ଯ୍ୟ କରିବେ । ଅନିୟମିତତାଠାରୁ ଦୂରରେ ରହି ନୀତିନିଷ୍ଠ କର୍ତ୍ତବ୍ୟ ସମ୍ପାଦନ ପାଇଁ ସମବାୟ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ ଅଧିକାରୀ ଓ ବ୍ୟାଙ୍କ ପରିଚାଳନା ସମିତିକୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande