କୃଷ୍ଣପ୍ରସାଦରୁ ବିସ୍ଫୋରକ ପଦାର୍ଥ ଓ ପଟାକା ଜବତ : ୨ ଗିରଫ
ପୁରୀ, ୧୫ ଅକ୍ଟୋବର (ହି.ସ.) - ପୁରୀଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଂଚଳରେ ବିସ୍ଫୋରକ ପଦାର୍ଥ ଓ ପଟାକା ଗଛିତ ରଖିବା ଅଭିଯୋଗରେ ଦୁଇଟି ମାମଲା ରୁଜୁ ହେବା ସହ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲା ନମ୍ବର ୨୮୪/୨୫ ବିଏନଏସ ଧାରା ୨୮୮ ଓ ୫ ଫାୟାର ୱାରକ୍ସ ଓ ଲାଉଡ ସ୍ପିକର ଆକ୍ଟ/୯ ବି ଇଣ୍ଡି
କୃଷ୍ଣପ୍ରସାଦରୁ ବିସ୍ଫୋରକ ପଦାର୍ଥ ଓ ପଟାକା ସଞ୍ଚୟ ଜବତ ୨ ଗିରଫ


କୃଷ୍ଣପ୍ରସାଦରୁ ବିସ୍ଫୋରକ ପଦାର୍ଥ ଓ ପଟାକା ସଞ୍ଚୟ ଜବତ ୨ ଗିରଫ


ପୁରୀ, ୧୫ ଅକ୍ଟୋବର (ହି.ସ.) - ପୁରୀଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଂଚଳରେ ବିସ୍ଫୋରକ ପଦାର୍ଥ ଓ ପଟାକା ଗଛିତ ରଖିବା ଅଭିଯୋଗରେ ଦୁଇଟି ମାମଲା ରୁଜୁ ହେବା ସହ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲା ନମ୍ବର ୨୮୪/୨୫ ବିଏନଏସ ଧାରା ୨୮୮ ଓ ୫ ଫାୟାର ୱାରକ୍ସ ଓ ଲାଉଡ ସ୍ପିକର ଆକ୍ଟ/୯ ବି ଇଣ୍ଡିଆନ ଏକ୍ସପ୍ଲୋସିଭ ଅନୁସାରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଇପିଙ୍ଗା ଗ୍ରାମର ନାରାୟଣ ପାତ୍ରଙ୍କ ପୁଅ ଅଶେଷ ପାତ୍ର ( ୪୮) ଙ୍କୁ ଗିରଫ କରାଯାଇଛି । ତଲାଫଟାକା ୨୦୦ ଟି, ସ୍ନେକ୍ କ୍ରାକର ୨ ପ୍ୟାକେଟ, କ୍ରାକର ବମ୍ ୨ ପ୍ୟାକେଟ, କିଟକାଟ ସାଉଣ୍ଡ ୩ ପ୍ୟାକେଟ, ଟାଇଗର କ୍ରାକର ୩ ପ୍ୟାକେଟ, ମାଚିସ ବକ୍ସ ୧୦ ପ୍ୟାକେଟ, ରୋଲ କ୍ୟାପ ୮ ପ୍ୟାକେଟ, ଝୁରଝୁରି ୨ ପ୍ୟାକେଟ। ଗ୍ରାମର ପୋଖରୀ ମୁଣ୍ଡରୁ ଜବତ କରାଯାଇଛି । ସେହିପରି ଅନ୍ୟ ଘଟଣାରେ ସେହି ଗ୍ରାମର କୈଳାସ ପରିଡା (୫୨)ଙ୍କୁ ଗିରଫ କରାଯାଇଛି । ମାମଲା ନଂ–୨୮୫ ଧାରା ୨୮୮ ବିଏନଏସ/ ୫ ଫାୟାର ୱାରକ୍ସ ଓ ଲାଉଡ ସ୍ପିକର ଆକ୍ଟ ୯ ବି ଇଣ୍ଡିଆନ ଏକ୍ସପ୍ଲୋସିଭ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଗ୍ରାମର ଶେଷ ଅଂଚଳରୁ ତଲାଫଟାକା ୧୦୦ ଟି, ଗଙ୍ଗା ଜମୁନା କ୍ରାକର ୧ ପ୍ୟାକେଟ, ଧପଧପି ୫ପ୍ୟାକେଟ, ଟୁ ସାଉଣ୍ଡ କ୍ରାକର ୨୫ଟି, ବିଜ୍ଳି କ୍ରାକର ୨ ପ୍ୟାକେଟ, ମାଚିସ ବକ୍ସ ୩୦ ପ୍ୟାକେଟ, ରୋଲ କ୍ୟାପ ୭ ପ୍ୟାକେଟ ଜବତ କରାଯାଇଛି । ଉଭୟ ଘଟଣାରେ ଅବୈଧ ଭାବରେ ବିସ୍ଫୋରକ ଓ ପଟାକା ସଂଚୟ କରାଯାଇଥିବା ବୋଲି ପୋଲିସ ତଦନ୍ତରେ ଜଣାପଡ଼ିଛି । ଆରୋପୀମାନଙ୍କୁ ଗିରଫ କରାଯାଇଛି ଓ ଆଗକୁ ବିସ୍ତୃତ ତଦନ୍ତ ଚାଲିବ । ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ଅବୈଧ ଭାବରେ ବିସ୍ଫୋରକ ବା ପଟାକା ସଂଚୟ କରିବେ ନାହିଁ । ଏହା ସମ୍ବନ୍ଧୀୟ ସୂଚନା ମିଳିଲେ ତୁରନ୍ତ ନିକଟସ୍ଥ ପୋଲିସ ଥାନା କିମ୍ବା ୧୧୨କୁ ଜଣାନ୍ତୁ । ପୁରୀ ପୋଲିସ ଜନସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷାରେ ସଦା ସତର୍କ ରହିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande