ଧର୍ମଶାଳା,୧୫ଅକ୍ଟୋବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ ଅଘଟଣ । ବାଇକ୍କୁ ଧକ୍କା ଦେଇ ଚାଳକକୁ କାମୁଡି ଲହୁଲୁହାଣ କଲା କୁକୁର । ବାଇକ୍ ଚାଳକ ଜଣକ ହେଲେ ବ୍ରହ୍ମବରଦା ଗ୍ରାମର ସୁଶାନ୍ତ କୁମାର ଓଝା (୫୦) ବୋଲି ଜଣାପଡିଛି । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରା ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଆଜି ଦିନ ୨ଟା ସମୟରେ ବ୍ରହ୍ମବରଦା ଗ୍ରାମର ସୁଶାନ୍ତ ଓଝା ତାଙ୍କ ପୁଅକୁ ରସୁଲପୁର ତହସିଲ କାର୍ଯ୍ୟାଳୟରୁ କାମ ସାରି ହିରୋହୋଣ୍ଡା ବାଇକ(ଓଡି୦୪ଡି ୯୨୭୩)ରେ ଘରକୁ ଫେରିବା ସମୟରେ ବ୍ୟାଙ୍କ ଛକ ନିକଟରେ ଏକ କୁକୁର ଧକ୍କା ଦେଇ ଗାଡି ତଳେ ଚାପି ହୋଇ ଯାଇଥିଲା । ସୁଶାନ୍ତ ଗାଡି ଉଠାଇବା ବେଳେ କୁକୁର ଉତ୍ୟକ୍ତ ହୋଇ ଗୋଡକୁ କାମୁଡି ରକ୍ତାକ୍ତ କରି ଦେଇଥିଲା । ଅନ୍ୟ ପକ୍ଷେ ବାଇକ ପଛରେ ବସି ଥିବା ତାଙ୍କ ପୁଅ ଆହତ ହୋଇଥିବା ଜଣାପଡିଛି । ପରିବାର ଲୋକେ ସୁଶାନ୍ତକୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚକିତ୍ସାଳୟରେ ଭର୍ତି କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ