ଜୟ ଢୋଲକିଆ ନୂଆପଡାରୁ ବିଜେପି ପ୍ରାର୍ଥୀ
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- ଜୟ ଢୋଲକିଆ ନୂଆପଡାରୁ ବିଜେପି ପ୍ରାର୍ଥୀ ହେଲେ । ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଦଳ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କାଲି ନାମାଙ୍କନ ଭରିବେ ଜୟ
ଜୟ ଢୋଲକିଆ ନୂଆପଡାରୁ     ବିଜେପି ପ୍ରାର୍ଥୀ


ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- ଜୟ ଢୋଲକିଆ

ନୂଆପଡାରୁ ବିଜେପି ପ୍ରାର୍ଥୀ ହେଲେ । ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି

ବିଜେପି । ଦଳ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ

କାଲି ନାମାଙ୍କନ ଭରିବେ ଜୟ ଢୋଲକିଆ। ନାମାଙ୍କନ ବେଳେ ଉପସ୍ଥିତ ରହିବେ ରାଜ୍ୟ ସଭାପତି ମନମୋହନ

ସାମଲ। ଏହା ପୂର୍ବରୁ ନୂଆପଡ଼ାରେ କାଲି ବିଜେପି ବିଶାଳ ସମାବେଶ କରିବ।

ନୂଆପଡ଼ା ପାଇଁ ବିଜେପିର

ପ୍ରାର୍ଥୀ ଘୋଷଣା ପୂର୍ବରୁ ଜୟ ଢୋଲକିଆ ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କଠୁ

ଆଶୀର୍ବାଦ ନେଇଥିଲେ। ବସନ୍ତଙ୍କୁ ଭେଟି ଆଲୋଚନା କରିବା କରିବା ସହିତ ତାଙ୍କ ପାଦ ଛୁଇଁ

ଆଶୀର୍ବାଦ ନେଇଥିଲେ ଜୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande