ଧର୍ମଶାଳା,୧୫ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ପୋଲିସ ପାଟ୍ରୋଲିଂ କରିବା ସମୟରେ ଏକ ମହିନ୍ଦ୍ର ପିକ୍ ଅଫ୍ ଚାଳକ ଘଟଣାସ୍ଥଳରୁ ଦୃତ ଗତିରେ ପଳାଇବା ସମୟରେ ପୋଲିସ ସନ୍ଦେହ କରି ତାଙ୍କୁ ପିଛା କରିଥିଲା । ତେବେ ବରୁଆଁ - କୃଷ୍ଣଦାସପୁର ମୁଖ୍ୟ ରାସ୍ତା ଅରେଇକଣା ନିକଟରେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା । ଫଳରେ ଏହି ସ୍ଥାନ ବାଲିଚନ୍ଦ୍ରପୁର ଥାନା ଅଂଚଳର ହୋଇଥିବାରୁ ବାଲିଚନ୍ଦ୍ରପୁର ପୋଲିସ ପିକ୍ ଅଫ୍କୁ ଜବତ କରିଥିଲା । ତେବେ ଗାଡିରେ ଗୋ ଚମଡା ଥିବା ଜଣାପଡିଥିଲା ।
ସୂଚନା ମୁତାବକ, ଆଜି ଅପରାହ୍ନରେ ବରୁଆଁ-କୁଷ୍ଣଦାସ ମୁଖ୍ୟ ରାସ୍ତାରେ ବ୍ରହ୍ମବରଦା ପୋଲିସ ପାଟ୍ରୋଲିଂ କରିଥିଲା । ତେବେ ପାଟ୍ରୋଲିଂ ସମୟରେ ଏକ ମହିନ୍ଦ୍ର ପିକ୍ ଅଫ୍ (ଓଡି୦୫ଆର୫୭୪୨) ପୋଲିସ ଭୟରେ ଘଟଣାସ୍ଥଳରୁ ଦୃତ ଗତିରେ ଗାଡି ନେଇ ଚାଳକ ଫେରାର ହୋଇଯାଇଥିଲା । ତେବେ ପୋଲିସ ଗାଡିକୁ ପିଛି କରି ଥିଲା । ହେଲେ ଡ୍ରାଇଭର ଅରେଇକଣା ନିକଟରେ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲା । ତେବେ ଏହି ଅଂଚଳ ବାଲିଚନ୍ଦ୍ରପୁର ପୋଲିସ ଅଧିନରେ ଥିବାରୁ ଗାଡିକୁ ବାଲିଚନ୍ଦ୍ରପୁର ପୋଲିସ ଜବତ କରିଥିଲା । ତେବେ ପିକ୍ ଅଫ୍ରେ ଗୋ-ଚମଡା ଥିବା ଜଣାପଡିଥିଲା । ବିଂଝାରପୁର ଅଂଚଳରୁ ଚମଡା ବୋଝେଇ କରି ବାଲିଚନ୍ଦ୍ରପୁର ଅଂଚଳକୁ ଆସୁଥିବା ନେଇ ପୋଲିସ ଜାଣିବାକୁ ପାିଥିଲା । ୩୦୨ା୨୫ରେ ଏକ ମାମଲା ରୁଜୁ କରିବା ସହ ଗୁରୁବାର ଦିନ ଉକ୍ତ ଚମଡା ଗୁଡିକୁ ପୋତି ଦିଆ ଯିବ ବୋଲି ବାଲିଚନ୍ଦ୍ରପୁର ପୋଲିସ କହିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ