ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- 'ମିସାଇଲ୍ ମ୍ୟାନ୍' ଡ଼ ଏ.ପି.ଜେ ଅବଦୁଲ କଲାମଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ମହାନ ବୈଜ୍ଞାନିକ,
ଭାରତର ପୂର୍ବତନ ରାଷ୍ଟ୍ରପତି,
'ମିସାଇଲ୍ ମ୍ୟାନ୍'
ଡ଼ ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ଭକ୍ତିପୂତ
ପ୍ରଣାମ ଜଣାଉଛି। ସଂଘର୍ଷରୁ ସଫଳତା, ଅସମ୍ଭବକୁ ସମ୍ଭବ ରୂପ ଦେବା ସହ ଭାରତକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ସମୃଦ୍ଧ କରିବାରେ
ତାଙ୍କର ଅବଦାନ ସର୍ବଦା ବନ୍ଦନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା