ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- ଆସନ୍ତାକାଲି
ଦେଖିବାକୁ ମିଳିବ ବିଜେପି-ବିଜେଡି ମଧ୍ୟରେ ହାଇ ଭୋଲଟେଜ ପଲିଟିକାଲ ୱାର । ନୂଆପଡ଼ାରେ ଶକ୍ତି
ପ୍ରଦର୍ଶନ କରିବ ବିଜେପି, ରାଜଧାନୀରେ
ପତିଆରା ଦେଖାଇବ ବିଜେଡି । ବିଜେପି ଆସନ୍ତାକାଲି ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥି ପତ୍ର
ଦାଖଲ କରିବା ସହ ମହା ମିଶ୍ରଣ ପର୍ବ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଠୁ ରାଜ୍ୟ ସଭାପତି ଓ
ଅନେକ ମନ୍ତ୍ରୀ ବିଧାୟକ ନୂଆପଡାରେ ଆସନ୍ତାକାଲି ରହିବେ ଉପସ୍ଥିତ ।
ରାଜଧାନୀ ଭୁବନେଶ୍ବରରେ
ନବୀନ ଜନ୍ମଦିନ ପାଳନ କରିବା ସହ ପଦଯାତ୍ରା କରି ଦେଖାଇବେ ନିଜର ପତିଆରା । ନବୀନଙ୍କ ଜନ୍ମ ଦିନ
ପାଇଁ ରାଜଧାନୀରେ ବିଜେଡି ଆୟୋଜନ କରୁଛି ବିଶାଳ କାର୍ଯ୍ୟକ୍ରମ । ଦଳର ସମସ୍ତ ଶୀର୍ଷ
ନେତୃତ୍ୱଙ୍କ ସମେତ ଛାମୁଆ ସଂଗଠନ ମାନେ ଯୋଗ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା