ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.) - ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶ୍ୱର ପ୍ରସିଦ୍ଧ ବୈଜ୍ଞାନିକଙ୍କ ମଧ୍ୟରେ ଅନ୍ୟତମ, ମିସାଇ
ଡକ୍ଟର ଏପିଜେ ଅବଦୁଲ     କଲାମଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)

- ଡକ୍ଟର ଏପିଜେ

ଅବଦୁଲ କଲାମଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶ୍ୱର ପ୍ରସିଦ୍ଧ ବୈଜ୍ଞାନିକଙ୍କ

ମଧ୍ୟରେ ଅନ୍ୟତମ, ମିସାଇଲ୍ ମ୍ୟାନ୍‌

ନାମରେ ଘରେ ଘରେ ପରିଚିତ, ପୂର୍ବତନ

ରାଷ୍ଟ୍ରପତି ତଥା ‘ଭାରତ ରତ୍ନ‘

ସମ୍ମାନରେ ସମ୍ମାନିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ

ଜୟନ୍ତୀରେ କୋଟି କୋଟି ପ୍ରଣାମ ଜଣାଉଛି ।

ମହାକାଶ ବିଜ୍ଞାନ ପ୍ରତି ତାଙ୍କ ଅବଦାନ ଏବଂ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼

କରିବାରେ ଅତୁଳନୀୟ ଭୂମିକା ପାଇଁ ସେ ଚିର ସ୍ମରଣୀୟ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande