ଇନ୍ଦୋର, 15 ଅକ୍ଟୋବର (ହି.ସ.)
-
ମଧ୍ୟପ୍ରଦେଶ ଲୋକାୟୁକ୍ତ ଟିମ୍ ବୁଧବାର ଦିନ ଗୋପନୀୟ ଅଭିଯୋଗ ଆଧାରରେ ଅବସରପ୍ରାପ୍ତ ଅବକାରୀ
ଅଧିକାରୀ ଧର୍ମେନ୍ଦ୍ର ସିଂହ ଭଦୌରିଆଙ୍କ ୮ଟି ସ୍ଥାନରେ ରେଡ୍ କରିଛି। ଏହା ମଧ୍ୟରୁ ୭ଟି ସ୍ଥାନ
ଇନ୍ଦୋର ଏବଂ ଗୋଟିଏ ଗ୍ୱାଲିଅରରେ ଅଛି। ଇନ୍ଦୋରର କୈଲାଶ କୁଞ୍ଜ, ବିଜନେସ୍
ସ୍କାୟ ପାର୍କ ସହିତ ଅନ୍ୟ ସାତଟି ସ୍ଥାନ ଓ ଗ୍ୱାଲିଅରର ଇନ୍ଦ୍ରମଣି ନଗର ଅଞ୍ଚଳର ଘରରେ ସର୍ଚିଂ
ଚାଲିଛି।
ଲୋକାୟୁକ୍ତ
ଟିମ୍ ବୁଧବାର ସକାଳେ ସବୁଠାରୁ ପ୍ରଥମେ ଇନ୍ଦୋରର ପଲାସିଆ ଅଞ୍ଚଳର ଏକ ଫ୍ଲାଟ୍ ରେ ପହଞ୍ଚି
ସର୍ଚିଂ ଆରମ୍ଭ କରିଥିଲେ। ଟିମ୍ ଫ୍ଲାଟ୍ରେ ରଖାଯାଇଥିବା କାଗଜପତ୍ର, ଲକ୍ଷାଧିକ
ଟଙ୍କା ନଗଦ, ମୂଲ୍ୟବାନ ଗହଣା, ବିଦେଶୀ ମୁଦ୍ରା ଓ ଲାଇସେନ୍ସି ଅସ୍ତ୍ର ଜବତ କରିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଇନ୍ଦୋର ଅଞ୍ଚଳର ଏହି ଫ୍ଲାଟ୍ର ମୂଲ୍ୟ ୭ ରୁ ୮
କୋଟି ଟଙ୍କା ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି।
ଏହି
ସମୟରେ ଲୋକାୟୁକ୍ତ ଟିମ୍ ଗ୍ୱାଲିଅରର ବିବେକ ନଗର ସ୍ଥିତ ଧର୍ମେନ୍ଦ୍ର ସିଂହ ଭଦୌରିଆଙ୍କ ଆଉ ଏକ
ନିବାସରେ ମଧ୍ୟ ପହଂଚିଥିଲେ। ସେଠାରେ ମଧ୍ୟ ଦଲିଲପତ୍ର ଓ ସମ୍ପତ୍ତି ଯାଞ୍ଚ କରାଯାଉଛି। ଲୋକାୟୁକ୍ତଙ୍କ
ଏହି କାର୍ଯ୍ୟାନୁଷ୍ଠାନ ଭଦୌରିଆଙ୍କ ୮ଟି ସ୍ଥାନରେ ଏକେ ସମୟରେ ଚାଲିଛି। ପ୍ରତ୍ୟେକ ସ୍ଥାନରେ
ଟିମ୍ ଦଲିଲପତ୍ର, ବ୍ୟାଙ୍କ ଖାତା ଓ ଘରରେ ଥିବା ସମ୍ପତ୍ତିର ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା