ରାସନକାର୍ଡ ହିତାଧିକାରୀଙ୍କୁ ୧୦ କିଲୋ ଚାଉଳ ଦେବାକୁ ଯୋଜନା କରୁଛନ୍ତି ସରକାର
ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ରାସନ କାର୍ଡ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫କିଲୋ ଚାଉଳ ମିଳୁଥିଲା ବେଳେ ଏହାକୁ ବଢାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ହିତାଧିକାରୀଙ୍କୁ ୫କିଲୋ ଚାଉଳ ପର୍ଯ୍ୟାପ୍ତ ହେଉନଥିବା ଜାଣିବା ପରେ ସରକାର ରାସନକାର୍ଡଧାରୀଙ୍କୁ ୧୦ କିଲୋ ଲେଖାଏଁ ଚାଉଳ ଦେବାକୁ ଯୋଜନ
ରାସନକାର୍ଡ ହିତାଧିକାରୀଙ୍କୁ ୧୦ କିଲୋ ଚାଉଳ ଦେବାକୁ ଯୋଜନା କରୁଛନ୍ତି ସରକାର


ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ରାସନ କାର୍ଡ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫କିଲୋ ଚାଉଳ ମିଳୁଥିଲା ବେଳେ ଏହାକୁ ବଢାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ହିତାଧିକାରୀଙ୍କୁ ୫କିଲୋ ଚାଉଳ ପର୍ଯ୍ୟାପ୍ତ ହେଉନଥିବା ଜାଣିବା ପରେ ସରକାର ରାସନକାର୍ଡଧାରୀଙ୍କୁ ୧୦ କିଲୋ ଲେଖାଏଁ ଚାଉଳ ଦେବାକୁ ଯୋଜନା କରୁଥିବା ଜଣାଯାଇଛି।

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୫କିଲୋ ଜାଗାରେ ଅଧିକ ୫କିଲୋ ଚାଉଳ ଦେବାକୁ ସରକାର ଚିନ୍ତା କରୁଛନ୍ତି । ରାଜ୍ୟରେ ପ୍ରାୟ ୩କୋଟି ୨୫ଲକ୍ଷ ରାସନ କାର୍ଡ ହିତାଧିକାରୀଙ୍କ ରହିଛନ୍ତି। ସରକାର ସେମାନଙ୍କୁ ୧୦କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ନିଷ୍ପତି ନେବେ। ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏହି ପରିବର୍ତନ କରିବାକୁ ଚିନ୍ତା କରୁଛି ଯୋଗାଣ ବିଭାଗ। ମୁଖ୍ୟମନ୍ତ୍ରୀଙ୍କୁ ଏହି ପରିବର୍ତନ ଉପରେ ମୋହର ଲଗାଇବାକୁ ଫାଇଲ ପଠା ଯିବ। ଏହା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande