ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସର୍ବଦର୍ଶନ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀ
ପୁରୀ, ୧୫ ଅକ୍ଟୋବର (ହି.ସ.)- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସର୍ବଦର୍ଶନ ବିଭାଗ ଦ୍ବାରା ଆୟୋଜିତ ୧୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଭାରତୀୟ ଜ୍ଞାନପରମ୍ପରାରେ ଯୋଗବିଜ୍ଞାନ ଶୀର୍ଷକ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀ ବୁଧବାର ଦିନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁ
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସର୍ବଦର୍ଶନ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀ


ପୁରୀ, ୧୫ ଅକ୍ଟୋବର (ହି.ସ.)- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସର୍ବଦର୍ଶନ ବିଭାଗ ଦ୍ବାରା ଆୟୋଜିତ ୧୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଭାରତୀୟ ଜ୍ଞାନପରମ୍ପରାରେ ଯୋଗବିଜ୍ଞାନ ଶୀର୍ଷକ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀ ବୁଧବାର ଦିନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀର ସାଂସଦ ଡ. ସଂବିତ୍ କୁମାର ପାତ୍ର ଯୋଗଦାନ କରି ଯୋଗବିଜ୍ଞାନ ସମ୍ବନ୍ଧୀୟ ବହୁ ବୈଜ୍ଞାନିକ ତତ୍ତ୍ଵ ବ୍ଯାଖ୍ଯାନ କରିଥିଲେ । ଯୋଗ ବିଜ୍ଞାନସମ୍ମତ ଓ ଏକ ବିଶାଳ ଆଧ୍ଯାତ୍ମିକ ଶାସ୍ତ୍ର ବୋଲି ସେ ମତବ୍ଯକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟର ଦର୍ଶନବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସୁରେନ୍ଦ୍ର ମୋହନମିଶ୍ର ନିଜର ଓଜସ୍ଵିନୀ ବକ୍ତବ୍ଯ ପ୍ରଦାନ କରି ଯୋଗଶାସ୍ତ୍ରକୁ ସରଳ ଭାବରେ ବ୍ଯାଖ୍ଯା କରିଥିଲେ । ସମ୍ମାନିତ ବକ୍ତା ଭାବରେ ବିଶ୍ବଭାରତୀ ଶାନ୍ତିନିକେତନର ସଂସ୍କୃତ ପାଲି ଓ ପ୍ରାକୃତବିଭାଗର ଆଚାର୍ଯ୍ୟ ପ୍ରଫେସର ନରୋତ୍ତମ ସେନାପତି ମଧ୍ୟ ତଦନୁରୂପ ଯୋଗର ଉପାଦେୟତା ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଶ୍ବଭାରତୀ ଶାନ୍ତି ନିକେତନର ଶିକ୍ଷାଶାସ୍ତ୍ର ବିଭାଗ ମୁଖ୍ୟ ପ୍ରଫେସର ସନତ୍ କୁମାର ରଥ ଯୋଗର ପ୍ରାସଂଗିକତା ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ । ସାରସ୍ବତ ଅତିଥି ଭାବରେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ସଚିବ ରମାକାନ୍ତ ନାୟକ ଯୋଗଶାସ୍ତ୍ର ବର୍ତ୍ତମାନ କିଭଳି ଭାବରେ ନିଜର ପ୍ରଭାବ ବିସ୍ତାର କରିସାରିଛି ସେ ବିଷୟରେ ସ୍ଵକୀୟ ବକ୍ତବ୍ଯ ରଖିଥିଲେ । ସ୍ନାତକୋତ୍ତର ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ସାହିତ୍ୟ ବିଭାଗର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମିଶ୍ର ନିଜର ସାଭାପତ୍ଯ ଭାଷଣ ପ୍ରଦାନ କରି ସମସ୍ତକୁ ଯୋଗପଥରେ ଗମନ କରିବାକୁ ଉପଦେଶ ପ୍ରଦାନ କରିଥିଲେ । ବହୁ ମାନ୍ଯଗଣ୍ଯ ବିଦ୍ବାନବୃନ୍ଦ ଉକ୍ତ ଚର୍ଚ୍ଚାସତ୍ରରେ ଯୋଗଦାନ କରି ଭାରତୀୟ ଜ୍ଞାନପରମ୍ପରାରେ ଯୋଗବିଜ୍ଞାନ ଶୀର୍ଷକ ବିଷୟକ ଆଲୋଚନାରେ ଭାଗ ଗ୍ରହଣ କରି ଯୋଗର ମହନୀୟତା ଓ ଉପାଦେୟତା ବିଷୟରେ ଶ୍ରବଣ କରିଥିଲେ ।

ସର୍ବଦର୍ଶନ ବିଭାଗର ଅଧ୍ୟକ୍ଷ ତଥା ଚର୍ଚ୍ଚାସତ୍ରର ଉପଦେଷ୍ଟା ଡ.ପ୍ରଦୀପ୍ତ କୁମାର ନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସର୍ବଦର୍ଶନ ବିଭାଗର ଆଚାର୍ଯ୍ୟା ଡ.ସସ୍ମିତା ବନ୍ଦର ନାୟକ ସଂଗୋଷ୍ଠୀର ନିର୍ଦ୍ଦେଶିକା ଭାବରେ ଦାୟିତ୍ବ ନିର୍ବାହ କରିଥିଲେ ।ସର୍ବଦର୍ଶନ ବିଭାଗର ଆଚାର୍ଯ୍ୟ ଡ. ଅଜୟ କୁମାର ପାଣ୍ଡେ ସଭା ପରିଚାଳନା କରିଥିଲେ । ବ୍ଯାକରଣ ବିଭାଗର ଆଚାର୍ଯ୍ୟ ଡ. ଅଜୟକୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବେଦ ବିଭାଗର ଆଚାର୍ଯ୍ୟ ଡ. ଚନ୍ଦନ କୁମାର ମିଶ୍ର ବେଦପାଠ କରିଥିଲେ। ଉକ୍ତ ଦ୍ବିଦିବସୀୟ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗର ଆଚାର୍ଯ୍ୟ, ଆଚାର୍ଯ୍ୟା, ଶୋଧଛାତ୍ର, ଶୋଧଛାତ୍ରୀ, ନିମନ୍ତ୍ରିତ ଅତିଥିବୃନ୍ଦ ଏବଂ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି ଉକ୍ତ ସଂଗୋଷ୍ଠୀକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande