ବଳଦେବଜିଉ ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ
ଧର୍ମଶାଳା,୧୫ଅକ୍ଟୋବର(ହି.ସ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଦେଓଦା ଗ୍ରାମସ୍ଥିତ ବଳଦେବଜିଉ ସରକାରୀ ହାଇସ୍କୁଲରେ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅରୁଣ କୁମାର ସରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ପ୍ରବୋଧ କୁମାର
ବଳଦେବଜିଉ ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ


ଧର୍ମଶାଳା,୧୫ଅକ୍ଟୋବର(ହି.ସ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଦେଓଦା ଗ୍ରାମସ୍ଥିତ ବଳଦେବଜିଉ ସରକାରୀ ହାଇସ୍କୁଲରେ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅରୁଣ କୁମାର ସରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ପ୍ରବୋଧ କୁମାର ମହାନ୍ତି , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ପରୀକ୍ଷିତ ପ୍ରଧାନ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କୃାର ପ୍ରଦାନ କରିଥିଲେ । ଶିକ୍ଷକ କୃଷ୍ଣଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବାଙ୍କସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବାରିକ, ନୀଳକଣ୍ଠପୁର ପ୍ରକଳ୍ପ ଉପ୍ରା ସ୍କୁଲର ପ୍ରଧାନ ଶିକ୍ଷକ ଚିନ୍ମୟ ଦାସ, ମାଝିପାଟଣା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ, ଶିକ୍ଷକ ନାରାୟଣ ଚନ୍ଦ୍ର ସାହୁ, ହୃଷୀକେଶ ନାୟକଙ୍କ ସମେତ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ଛବି ମଲିକ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande