ଜଗଦଲପୁର, ୧୭ ଅକ୍ଟୋବର
(ହି.ସ.)- ଛତିଶଗଡର ଜଗଦଲପୁରରେ ଶୁକ୍ରବାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ ଦେବ
ଗୌତମଙ୍କ ସମ୍ମୁଖରେ ହାଜର ହୋଇ ୨୧୦ ଜଣ ପୁରସ୍କାର ନକ୍ସଲବାଦୀ କ୍ୟାଡର ମୁଖ୍ୟସ୍ରୋତରେ ଫେରିଥିଲେ
ଏବଂ ନିଜର ୧୫୩ଟି ଅସ୍ତ୍ରଶସ୍ତ୍ର ପୋଲିସକୁ ସମର୍ପଣ
କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲବାଦୀ କ୍ୟାଡରଙ୍କ ମଧ୍ୟରେ ୧ କୋଟି ଟଙ୍କାରୁ ୫ ଲକ୍ଷ
ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଥିବା ବ୍ୟକ୍ତି ମଧ୍ୟ ସାମିଲ ଥିଲେ।ଛତିଶଗଡ ସରକାରଙ୍କ
ବ୍ୟାପକ ନକ୍ସଲ ନିରାକରଣ ନୀତି ଏବଂ ପୋଲିସ, ସୁରକ୍ଷା ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ
ପ୍ରୟାସର ଏକ ଐତିହାସିକ ସଫଳତାରେଆଜି ଆନୁଷ୍ଠାନିକ ଭାବରେ ଦଣ୍ଡକାରଣ୍ୟ
ଅଞ୍ଚଳରୁ ମୋଟ ୨୧୦ ପୁରସ୍କାରୀ ନକ୍ସଲବାଦୀ କ୍ୟାଡର, ଯେଉଁଥିରେ ଜଣେ
କେନ୍ଦ୍ରୀୟ କମିଟି ସଦସ୍ୟ, ଚାରି ଜଣ
ଡିକେଏସଜେଡସି ସଦସ୍ୟ, ୨୧ ଜଣ ଡିଭିଜନାଲ
କମିଟି ସଦସ୍ୟ ଏବଂ ଅନ୍ୟାନ୍ୟ ବରିଷ୍ଠ ନକ୍ସଲବାଦୀ କ୍ୟାଡର ସାମିଲ ଅଛନ୍ତି।ସେ ହିଂସାର ପଥ
ପରିତ୍ୟାଗ କରି ସାମାଜିକ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏହି ନିର୍ଣ୍ଣାୟକ ଏବଂ ଏୈତିହାସିକ ଘଟଣାକ୍ରମରେ
ଅଞ୍ଚଳରେ ନକ୍ସଲବାଦୀ ବିରୋଧୀ ଅଭିଯାନର ଇତିହାସରେ ନକ୍ସଲବାଦୀ କ୍ୟାଡର ସର୍ବ ବୃହତ ପୁନ ଏକୀକରଣ
ଭାବରେ ରେକର୍ଡ ହେବ |ଶୀର୍ଷ ନକ୍ସଲବାଦୀ
କ୍ୟାଡର ସିସିଏମ ରୁପେଶ ଓରଫ ସତୀଶ
,ଡୀକେଏସଜେଡସୀ ଭାସ୍କର ଓରଫ ରାଜମନ ମାଣ୍ଡବୀ ,ଡୀକେଏସଜେଡସ ରନୀତା ,ଡୀକେଏସଜେଡସ ଧନୁ ବେତ୍ତୀ
ଓରଫ ସନ୍ତୁ ,ଆରସୀଏମ ରତନ ଏଲମ ସମେତ ପ୍ରାୟ 210 ପୁରସ୍କାର ନକ୍ସଲବାଦୀ କ୍ୟାଡର ମୁଖ୍ୟସ୍ରୋତରେ
ଫେରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା