ଟୋକିଓ 17ଅକ୍ଟୋବର (ହି.ସ)-ଜାପାନରେ
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ପାଇଁ 21ଅକ୍ଟୋବରରେ ସଂସଦୀୟ ଭୋଟ୍ ଅନୁଷ୍ଠିତ ହେବ।
ଦେଶର ନିମ୍ନ ସଦନର ସମୟ ନିର୍ଦ୍ଧାରଣ କମିଟିର ବୋର୍ଡରେ ସାମିଲ ଜଣେ
ବରିଷ୍ଠ ସଦସ୍ୟ ଶୁକ୍ରବାର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଲିବରାଲ ଡେମୋକ୍ରାଟିକ୍
ପାର୍ଟି (ଏଲଡୀପି) ଏହାର ନୂତନ ନେତା
ସାନେ ତାକାଇଚିଙ୍କ ନେତୃତ୍ୱରେଏହି ତାରିଖର ପ୍ରସ୍ତାବ ଦେଇଥିଲେ, କିନ୍ତୁ ବିରୋଧୀ ଦଳଗୁଡ଼ିକ ଜାରି ରହିଥିବା ମେଣ୍ଟ
ଆଲୋଚନାକୁ ଉଦ୍ଧୃତ କରି ଏହାର ବିରୋଧ କରିଥିଲେ।ଏହି ସମୟରେଏଲଡୀପି ବହୁମତ ହାସଲ କରିବା
ଏବଂ ଏହାର ମେଣ୍ଟ ବିସ୍ତାର କରିବା ପାଇଁ
ଦକ୍ଷିଣପନ୍ଥୀ ବିରୋଧୀ ଜାପାନ ଇନୋଭେସନ୍ ପାର୍ଟି ସହିତ ଯୋଗାଯୋଗ କରିଛି, ଯାହା ତାକାଇଚିଙ୍କୁ ଜାପାନର ପ୍ରଥମ ମହିଳା
ପ୍ରଧାନମନ୍ତ୍ରୀ ହେବାକୁ ଅନୁମତି ଦେବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା