ଜୁବିନ ଗର୍ଗଙ୍କ ସମାଧିରେ ରାହୁଲ ଗାନ୍ଧୀ ଅର୍ପିଣ କଲେ ଶ୍ରଦ୍ଧାଞ୍ଜଳି
ଗୋହ୍ୱାଟି, ୧୭ ଅକ୍ଟୋବର(ହି.ସ.) – ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ଅସାମୟିକ ନିଧନର ୨୮ ଦିନ ପରେ ଶୁକ୍ରବାର ଦିନ ଶ୍ରଦ୍ଧାଞ୍ଜଳି ଅର୍ପିତ କରିବା ଉଦ୍ଦେଶ୍ୟରେ କଂଗ୍ରେସ ନେତା ଏବଂ ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଆସାମ ପହଂଚିଛନ୍ତି। ବୋରଝାର ଏୟାରପୋର୍ଟରେ ପହଂଚିବା ପରେ ସେ ଦ୍ୱିପହର ୨ଟାରେ ସ
ଜୁବିନ ଗର୍ଗଙ୍କ ସମାଧିରେ ରାହୁଲ ଗାନ୍ଧୀ ଅର୍ପିଣ କଲେ ଶ୍ରଦ୍ଧାଞ୍ଜଳି


ଗୋହ୍ୱାଟି, ୧୭ ଅକ୍ଟୋବର(ହି.ସ.) – ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ଅସାମୟିକ ନିଧନର ୨୮ ଦିନ ପରେ ଶୁକ୍ରବାର ଦିନ ଶ୍ରଦ୍ଧାଞ୍ଜଳି ଅର୍ପିତ କରିବା ଉଦ୍ଦେଶ୍ୟରେ କଂଗ୍ରେସ ନେତା ଏବଂ ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଆସାମ ପହଂଚିଛନ୍ତି। ବୋରଝାର ଏୟାରପୋର୍ଟରେ ପହଂଚିବା ପରେ ସେ ଦ୍ୱିପହର ୨ଟାରେ ସୋନାପୁରର କମାରକୁଚି ସ୍ଥିତ ଜୁବିନ ଗର୍ଗଙ୍କ ସମାଧି ସ୍ଥଳରେ ପହଂଚିଛନ୍ତି।

ସେଠାରେ ସେ ଜୁବିନ ଗର୍ଗଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପିତ କରି କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାବ୍ୟତୀତ ରାହୁଲ ଗାନ୍ଧୀ ଜୁବିନ ଗର୍ଗଙ୍କ ଫଟୋ ଆଗରେ ଏକ ଗାମୁଛା ମଧ୍ୟ ଅର୍ପିତ କରିଛନ୍ତି। ଏହାସହିତ ସେ ଜୁବିନ ଗର୍ଗଙ୍କ ପସନ୍ଦ ନାହରର ଏକ ଚାରା ମଧ୍ୟ ପାଖରେ ଲଗାଇଛନ୍ତି।

ସୂଚନା ଅନୁଯାୟୀ ତାଙ୍କୁ ଆଜିର ଏହି ଆସାମ ଗସ୍ତ କେବଳ ଜୁବି ଗର୍ଗଙ୍କ ପାଇଁ ନିର୍ଦ୍ଧାରିତ ଥିଲା। ଆଜିର ଏହି ଗସ୍ତରେ ତାଙ୍କର କୌଣସି ପାର୍ଟି କାର୍ଯ୍ୟକ୍ରମରେ ଭାଗ ନେବା ନିର୍ଦ୍ଧାରିତ ନଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande