ଛତିଶଗଡର ଜଗଦଲପୁରରେ ଆତ୍ମସମର୍ପଣ କାର୍ଯ୍ୟକ୍ରମ ମଂଚରେ ପହଂଚିଲେ ଆତ୍ମସମର୍ପିତ ନକ୍ସଲ
ଜଗଦଲପୁର, ୧୭ ଅକ୍ଟୋବର (ହି.ସ.)- ଛତିଶଗଡ଼ର ଜଗଦଲପୁରରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ସମ୍ମୁଖରେ ଶୁକ୍ରବାର ୨୦୦ ରୁ ଅଧିକ ନକ୍ସଲ ଆନୁଷ୍ଠାନିକ ଭାବରେ ଆତ୍ମସମର୍ପଣ କରିଛନ୍ତି । ଏହି ସମସ୍ତ ନକ୍ସଲବାଦୀଙ୍କୁ ସମ୍ବିଧାନର ଏକ କପି ଦିଆଯାଇଥିଲା । ଜଗଦଲପୁରର ପୋଲିସ ଲାଇନ୍ସ ପରିସରରେ ଆତ୍ମସମର୍ପଣ
ଛତିଶଗଡର ଜଗଦଲପୁରରେ ଆତ୍ମସମର୍ପଣ କାର୍ଯ୍ୟକ୍ରମ ମଂଚରେ ପହଂଚିଲେ ଆତ୍ମସମର୍ପିତ ନକ୍ସଲ


ଜଗଦଲପୁର, ୧୭ ଅକ୍ଟୋବର (ହି.ସ.)- ଛତିଶଗଡ଼ର ଜଗଦଲପୁରରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ସମ୍ମୁଖରେ ଶୁକ୍ରବାର ୨୦୦ ରୁ ଅଧିକ ନକ୍ସଲ ଆନୁଷ୍ଠାନିକ ଭାବରେ ଆତ୍ମସମର୍ପଣ କରିଛନ୍ତି । ଏହି ସମସ୍ତ ନକ୍ସଲବାଦୀଙ୍କୁ ସମ୍ବିଧାନର ଏକ କପି ଦିଆଯାଇଥିଲା ।

ଜଗଦଲପୁରର ପୋଲିସ ଲାଇନ୍ସ ପରିସରରେ ଆତ୍ମସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ନକ୍ସଲମାନଙ୍କୁ ତିନୋଟି ବସ୍ ରେ ଅଣାଯାଇଥିଲା । ଏହି ନକ୍ସଲମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ । କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶଙ୍କୁ ଏକ କାର୍ ରେ ସଭାସ୍ଥଳକୁ ଅଣାଯାଇଥିଲା । ଏହି ନକ୍ସଲବାଦୀଙ୍କ ମଧ୍ୟରେ ବସ୍ତରରେ ଆଜି ଆତ୍ମସମର୍ପଣ କରିଥିବା ୧୪୦ ଜଣ ଏବଂ କାଙ୍କେରରେ ପୂର୍ବରୁ ଆତ୍ମସମର୍ପଣ କରିଥିବା ପ୍ରାୟ ୬୦ ଜଣ ଅନ୍ତର୍ଭୁକ୍ତ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande