ନୂଆଦିଲ୍ଲୀ, ୧୭ ଅକ୍ଟୋବର(ହି.ସ.) – ଭାରତ-ମିଶର ରଣନୀତିକ ବାର୍ତା ପାଇଁ ଦିଲ୍ଲୀ ଆସିଛନ୍ତି ମିଶରର ବିଦେଶ ମନ୍ତ୍ରୀ ଡା. ବଦ୍ର ଅବ୍ଦେଲତୀ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଆଧିକାରିକ ଆବାସ ସାତ ଲୋକ କଲ୍ୟାଣ ମାର୍ଗରେ ସାକ୍ଷାତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଗାଜା ଶାନ୍ତି ବୁଝାମଣାରେ ମିଶରର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ରାଷ୍ଟ୍ରପତି ଅବ୍ଦେଲ ପତେହ ଅଲ୍-ସିସିର ଆଭାର ଜତାଇଛନ୍ତି ଏବଂ ଆଶା ବ୍ୟକ୍ତ କରିଛନ୍ତି ଯେ ଏହାଦ୍ୱାରା ଅଂଚଳରେ ସ୍ଥାୟୀ ଶାନ୍ତି ସ୍ଥାପିତ ହେବ। ବିଦେଶ ମନ୍ତ୍ରୀ ଅବଦେଲତୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଯାତ୍ରା ଅବସରରେ ଆୟୋଜିତ ହେଉଥିବା ପ୍ରଥମ ଭାରତ-ମିଶର ସାମରିକ ବାର୍ତା ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବ୍ୟାପାର, ପ୍ରାଦୌଗିକି, ଶକ୍ତି, ରକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ବନ୍ଧ ସହିତ ଦ୍ୱିପକ୍ଷୀୟ ସହଯୋଗର ବିଭିନ୍ନ କ୍ଷେତ୍ରରେ ହେଉଥିବା ପ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି