ଲାହୋର, ୧୭ ଅକ୍ଟୋବର
(ହି.ସ.)- ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ କତର ମଧ୍ୟସ୍ଥତାରେ ଶୁକ୍ରବାର
ଦିନ ଦୋହାରେ ଉଭୟ ପକ୍ଷ ଏକ ବୈଠକରେ ଯୋଗଦେବେ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀଆଫଗାନ ତାଲିବାନର ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରକାଶିତ ଏକ
ବିବୃତ୍ତିରେ କୁହାଯାଇଛି ଯେ ରକ୍ଷା ମନ୍ତ୍ରୀ ମୁଲ୍ଲା ମୋହମ୍ମଦ ୟାକୁବ ମୁଜାହିଦଙ୍କ ନେତୃତ୍ୱରେ
ଆଫଗାନିସ୍ଥାନର ଇସଲାମିକ ଅମିରାତଙ୍କ ପ୍ରତିନିଧିମଣ୍ଡଳ
ଏବଂ ଅନେକ ପ୍ରମୁଖ ପାକିସ୍ତାନୀ ସୁରକ୍ଷା ଏବଂ ଗୁଇନ୍ଦା ଅଧିକାରୀ ଆଜି ଦୋହାରେ ଆଲୋଚନା କରିବେ।ଏପର୍ଯ୍ୟନ୍ତପାକିସ୍ତାନ ଆଲୋଚନା ବିଷୟରେ କୌଣସି ସରକାରୀ ସୂଚନା ସେୟାର
କରିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା