ପିଟି ପିଟି ହତ୍ୟା କରାଯାଇଥିବା ହରିଓମ ବାଲ୍ମିକିଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧି, ସାହାଯ୍ୟର ପ୍ରତିଶ୍ରୁତି ଦେଲେ
ଫତେହପୁର, ୧୭ ଅକ୍ଟୋବର (ହି.ସ.)- ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ସାଂସଦ ରାହୁଲ ଗାନ୍ଧୀ ଆଜି ଉତର ପ୍ରଦେଶର ଫତେହପୁର ଜିଲ୍ଲାରେ ଭିଡ଼ରେ ପିଟା ପିଟି ସମୟରେ ପ୍ରାଣ ହରାଇଥିବା ହରିଓମ ବାଲ୍ମିକିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ରାହୁଲ ପରିବାର ସଦସ୍ୟଙ୍କ ସହିତ କଥା ହୋଇଛନ୍ତି ଏବଂ ସେମାନଙ୍କ ଦୁଃଖ
ପିଟି ପିଟି ହତ୍ୟା କରାଯାଇଥିବା ହରିଓମ ବାଲ୍ମିକିଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧି, ସାହାଯ୍ୟର ପ୍ରତିଶ୍ରୁତି ଦେଲେ


ଫତେହପୁର, ୧୭ ଅକ୍ଟୋବର (ହି.ସ.)- ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ସାଂସଦ ରାହୁଲ ଗାନ୍ଧୀ ଆଜି ଉତର ପ୍ରଦେଶର ଫତେହପୁର ଜିଲ୍ଲାରେ ଭିଡ଼ରେ ପିଟା ପିଟି ସମୟରେ ପ୍ରାଣ ହରାଇଥିବା ହରିଓମ ବାଲ୍ମିକିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ରାହୁଲ ପରିବାର ସଦସ୍ୟଙ୍କ ସହିତ କଥା ହୋଇଛନ୍ତି ଏବଂ ସେମାନଙ୍କ ଦୁଃଖ ଶୁଣିବା ପରେ ସମବେଦନା ଜଣାଇଛନ୍ତି । କଂଗ୍ରେସ ଦଳ ପକ୍ଷରୁ ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ ବୋଲି ରାହୁଲ ଗାନ୍ଧୀ ଆଶ୍ୱାସନା ଦେଇଛନ୍ତି ।

କଂଗ୍ରେସ ଦଳ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି । ଶୁକ୍ରବାର ସକାଳ ୯ଟା ୩୦ ସମୟରେ ପୂର୍ବତନ କଂଗ୍ରେସ ସଭାପତି ଏବଂ ସାଂସଦ ରାହୁଲ ଗାନ୍ଧୀ ମୃତ ହରିଓମ ବାଲ୍ମିକିଙ୍କ ପିତା, ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟିଛନ୍ତି । ପରିବାରକୁ ସାହାଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ନ୍ୟାୟ ମିଳିବା ଉଚିତ୍ ଏବଂ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

ଫତେହପୁରର ୩୮ ବର୍ଷୀୟ ଦଳିତ ଯୁବକ ହରିଓମ ବାଲ୍ମିକିଙ୍କୁ ୨ ଅକ୍ଟୋବର ୨୦୨୫ରେ ରାୟବରେଲି ଜିଲ୍ଲାରେ ଚୋର ଭାବି ପିଟି ପିଟି ହତ୍ୟା କରାଯାଇଥିଲା । ରାୟବରେଲି ଜିଲ୍ଲାର ହରଚନ୍ଦପୁର ପୋଲିସ ଷ୍ଟେସନ ଅଂଚଳର ଈଶ୍ୱରଦାସପୁର ରେଳ ଧାରଣା ନିକଟରୁ ଯୁବକଙ୍କ ମୃତଦେହ ମିଳିଥିଲା । ଏହା ପରେ ତାଙ୍କୁ ମାଡ଼ ମରାଯାଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande