ନୂଆଦିଲ୍ଲୀ, ୧୭ ଅକ୍ଟୋବର(ହି.ସ.) – ଭାରତ ତ୍ରିପୁରାରେ ବାଙ୍ଗଲାଦେଶୀ ନାଗରିକଙ୍କ ସହିତ ଯୋଡ଼ିଥିବା ଘଟଣାରେ ପଡ଼ୋଶୀ ଦେଶକୁ ପରାମର୍ଶ ଦେଇଛନ୍ତି। ବିଦେଶ ମନ୍ତ୍ରାଳୟର କହିବା ଯେ, ପଡ଼ୋଶୀ ଦେଶକୁ ଅନ୍ତରାଷ୍ଟ୍ରୀୟ ସୀମାର ସମ୍ମାନ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଉଠାଇବା ଦରକାର। ଏହାସହ ସୀମା ପାର ଅପରାଧ ଏବଂ ତସ୍କରୀକୁ ରୋକିବା ପାଇଁ ଆବଶ୍ୟକ ହେଲେ ବାଡ଼ ଲଗାଇବାରେ ସାହାଯ୍ୟ କରିବା ଦରକାର।
ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି ଯେ ୧୫ ଅକ୍ଟୋବର ଦିନ ଭାରତୀୟ କ୍ଷେତ୍ରରେ ପ୍ରାୟ ୩ କିଲୋମିଟର ଭିତରେ ତ୍ରିପୁରାରେ ଏକ ଘଟଣା ହୋଇଛି, ଯେଉଁଥିରେ ତିନି ବଙ୍ଗଳାଦେଶୀ ଚାଲାଣକାରୀ ମୃତ୍ୟୁବରଣ କରିଛନ୍ତି। ବଙ୍ଗଳାଦେଶର ତିନି ବଦମାସଙ୍କ ଏକ ଦଳ ଅନ୍ତରାଷ୍ଟ୍ରୀୟ ସୀମା ପାର ପକ୍ଷରୁ ଭାରତୀୟ କ୍ଷେତ୍ରର ବିଦ୍ୟାବିଲ ଗାଆଁରୁ ଗାଈ ବଳଦ ଚୋରାଇବାକୁ ଚେଷ୍ଟା କରିଛନ୍ତି। ସେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ଲୁହା ଦଣ୍ଡା ଏବଂ ଛୁରୀରେ ଆକ୍ରମଣ କରି ସେମାନଙ୍କୁ ଆହତ କରିଛନ୍ତି ଏବଂ ଏକ ଗ୍ରାମୀବାସୀଙ୍କ ହତ୍ୟା କରିଛନ୍ତି। ଏହାମଧ୍ୟରେ ଅନ୍ୟ ଗ୍ରାମବାସୀ ସେଠାରେ ପହଂଚି ଆକ୍ରମଣକାରୀଙ୍କୁ ବିରୋଧ କରିଥିଲେ।
ସୂଚନା ମିଳିବା ପରେ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଦୁଇ ଚାଲାଣକାରୀ ମୃତ ମିଳିଥିଲେ। ତୃତୀୟ ଜଣକ ପର ଦିନ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ତିନିଜଣଙ୍କ ଶବ ବଙ୍ଗଳାଦେଶୀ ପକ୍ଷଙ୍କୁ ଦିଆଯାଇଛି। ପୋଲିସ୍ ଏକ ମାମଲା ମଧ୍ୟ ରୁଜୁ କରିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି