କୋରବା, 17 ଅକ୍ଟୋବର (ହି.ସ.)- ଛତିଶଗଡ଼
ବିଧାନସଭାର ପୂର୍ବତନ ଉପାଧ୍ୟକ୍ଷ ଓ ବରିଷ୍ଠ ବିଜେପି ନେତା ବନୱାରୀ ଲାଲ୍ ଅଗ୍ରୱାଲଙ୍କର 78
ବର୍ଷ ବୟସରେ ଶୁକ୍ରବାର ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କୋରବାର
ମୋତିସାଗର ପାରାର ମୁକ୍ତିଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ତାଙ୍କର ଅନ୍ତିମ ଯାତ୍ରାରେ
ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜାୟସୱାଲ, କଟଘୋରା ବିଧାୟକ
ପ୍ରେମଚନ୍ଦ ପଟେଲ,
ଓ ବିଜେପିର ଅନେକ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା