ଡେରାଡୁନ, 17 ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ରାଜ୍ୟ
ମନ୍ତ୍ରୀ ଜିତିନ ପ୍ରସାଦ ଓ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ସାବିତ୍ରୀ ଠାକୁର ଉତ୍ତରାଖଣ୍ଡ ଗସ୍ତରେ
ଅଛନ୍ତି। ଆଜି (ଶୁକ୍ରବାର) ସୂଚନା ପ୍ରଯୁକ୍ତି ବିଭାଗର ପକ୍ଷରୁ ଆୟୋଜିତ ଉତ୍ତରାଖଣ୍ଡ
ଏଆଇ ଇମ୍ପ୍ୟାକ୍ଟ ସମିଟ୍ 2025 ରେ ମୁଖ୍ୟ ଅତିଥି ଭାବେ ଜିତିନ ପ୍ରସାଦ ଓ ରାଷ୍ଟ୍ରୀୟ
ପୋଷଣ ମାସର ସମାପନ ସମାରୋହରେ ସାବିତ୍ରୀ ଠାକୁର ସାମିଲ ହୋଇଛନ୍ତି। ଉତ୍ତରାଖଣ୍ଡରେ କୃତ୍ରିମ
ବୁଦ୍ଧିମତା ଆଧାରିତ ନବୀନତା, ସୁଶାସନ ଓ ଉଦ୍ୟମିତାକୁ
ବୃଦ୍ଧି କରିବା ପାଇଁ ଏହି ସମିଟ୍ ଡେରାଡୁନରେ ଆୟୋଜିତ ହେଉଛି। ସମିଟର ଥିମ୍ ହିଲ୍ସ ଟୁ
ହାଇ-ଟେକ୍ ରଖାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା