ନାସିକ, 17 ଅକ୍ଟୋବର (ହି.ସ.)- ଦେଶର ବିମାନ ଓ ପ୍ରତିରକ୍ଷା
କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ଶୁକ୍ରବାର ଦିନଟି ଐତିହାସିକ ହେବାକୁ ଯାଉଛି । ହିନ୍ଦୁସ୍ତାନ
ଏୟାରୋନଟିକ୍ସ ଲିମିଟେଡ୍ ପକ୍ଷରୁ ନିର୍ମିତ ତେଜସ୍ ଏଲସିଏମାର୍କ 1ଏଯୁଦ୍ଧ ବିମାନ ପ୍ରଥମଥର ପାଇଁ ଉଡ଼ାଣ ଭରିବ। ପ୍ରତିରକ୍ଷାମନ୍ତ୍ରୀ
ରାଜନାଥ ସିଂହଙ୍କ ଉପସ୍ଥିତିରେ, ଆଜି ମହାରାଷ୍ଟ୍ରର ନାସିକରେ
ଏହି ତେଜସ୍ ଏଲସିଏ ମାର୍କ 1ଏଯୁଦ୍ଧ ବିମାନ ପ୍ରଥମ ଉଡ଼ାଣ
କରିବ।
ତେଜସ୍ ମାର୍କ-1ଏର ପ୍ରଥମ
ଉଡ଼ାଣ ଦେଶର ବୈଜ୍ଞାନିକ ସଫଳତା ସହିତ ଦେଶର ରଣନୀତିଗତ ଆତ୍ମନିର୍ଭରତା ପାଇଁ ଏକ ମାଇଲଖୁଂଟ ଅଟେ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା