ଶୀତକାଳ ପାଇଁ ଚତୁର୍ଥ କେଦାର ଭଗବାନ ରୁଦ୍ରନାଥଙ୍କ ଦ୍ୱାର ବନ୍ଦ
ଡେରାଡୁନ, 17 ଅକ୍ଟୋବର (ହି.ସ.) - ଉତ୍ତରାଖଣ୍ଡର ପ୍ରସିଦ୍ଧ ଚତୁର୍ଥ କେଦାର ଭଗବାନ ରୁଦ୍ରନାଥଙ୍କର ଦ୍ୱାର ଆଜି ଶୁକ୍ରବାର ସକାଳେ ଶୀତକାଳ ପାଇଁ ବନ୍ଦ କରାଯାଇଛି। ଭଗବାନ ରୁଦ୍ରନାଥଙ୍କର ଡୋଲୀ ଆଜି ହିଁ ଗୋପେଶ୍ୱର ପହଞ୍ଚିବ। ଦ୍ୱାର ବନ୍ଦ ହେବା ବେଳେ ପ୍ରାୟ 500 ଭକ୍ତ
ଶୀତକାଳ ପାଇଁ ଚତୁର୍ଥ କେଦାର     ଭଗବାନ ରୁଦ୍ରନାଥଙ୍କ ଦ୍ୱାର ବନ୍ଦ


ଡେରାଡୁନ, 17 ଅକ୍ଟୋବର (ହି.ସ.)

- ଉତ୍ତରାଖଣ୍ଡର

ପ୍ରସିଦ୍ଧ ଚତୁର୍ଥ କେଦାର ଭଗବାନ ରୁଦ୍ରନାଥଙ୍କର ଦ୍ୱାର ଆଜି ଶୁକ୍ରବାର ସକାଳେ ଶୀତକାଳ ପାଇଁ

ବନ୍ଦ କରାଯାଇଛି। ଭଗବାନ ରୁଦ୍ରନାଥଙ୍କର ଡୋଲୀ ଆଜି ହିଁ ଗୋପେଶ୍ୱର ପହଞ୍ଚିବ। ଦ୍ୱାର ବନ୍ଦ

ହେବା ବେଳେ ପ୍ରାୟ 500 ଭକ୍ତ ଉପସ୍ଥିତ ଥିଲେ। ରୁଦ୍ରନାଥ ଧାମର ପୁଜାରୀ ସୁନୀଲ ତିୱାରୀ କହିଛନ୍ତି

ଯେ, ସକାଳ 4ଟାରୁ ଭଗବାନ ରୁଦ୍ରନାଥଙ୍କର ପୂଜା ଆରମ୍ଭ ହୋଇଥିଲା। ସମସ୍ତ

ପୂଜା ସଂପନ୍ନ କରିବା ପରେ ସକାଳ 6ଟାରେ ମନ୍ଦିରର କପାଟ ଶୀତକାଳ ପାଇଁ ବନ୍ଦ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande