ଚଣ୍ଡୀଗଡ଼, ୧୮ ଅକ୍ଟୋବର(ହି.ସ.) – ବିଏସ୍ଏଫ୍ ଭାରତ-ପାକିସ୍ତାନ ସୀମାରେ ସର୍ଚ୍ଚ ଅପରେଶନ ଚଳାଇ ଫିରୋଜପୁର ଏବଂ ଅମୃତସର ସୀମାବର୍ତି ଅଂଚଳରୁ ହେରୋଇନ୍ ଏବଂ ଆଇସ୍ ଡ୍ରଗ୍ସ ଜବତ କରିଛି।
ବିଏସ୍ଏଫ୍ ଶନିବାର ଦିନ ସୂଚନା ଦେଇଛି ଯେ ବିଏସ୍ଏଫ୍ ପଂଜାବ ପୋଲିସ୍ ସହିତ ମିଶି ଫିରୋଜପୁରର ଗାଆଁ ଟିଡିୱାଲା ପାଖରେ କ୍ଷେତରୁ ୬୦୨ ଗ୍ରାମ ହିରୋଇନ୍ ଜବତ କରିଛି। ଏହି ପ୍ରକାର ଅମୃତସର ଅନ୍ତର୍ଗତ ଆସୁଥିବା ଗାଆଁ ବହିନୀ ରାଜପୁତାଂରେ ୩.୬୭୫ କିଲୋଗ୍ରାମ ଆଇସ୍ ଡ୍ରଗ୍ସ ଜବତ କରାଯାଇଛି। ଏହାମଧ୍ୟରେ ବିଏସ୍ଏଫ୍ ରୋଡ଼ନୱାଲା ଖୁର୍ଦ ପାଖରେ ତଲାସୀ ସମୟରେ ହଳଦି ରଙ୍ଗ ଟେପ୍ରେ ଗୁଡ଼ାଯାଇଥିବା ଏକ ପିସ୍ତଲ ଜବତ କରିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି