କାଠମାଣ୍ଡୁ, ଅକ୍ଟୋବର ୧୮ (ହି.ସ)-କାଠମାଣ୍ଡୁ ଜିଲ୍ଲା ପ୍ରଶାସନ ପୁଣି ଥରେ କାଠମାଣ୍ଡୁର ସମ୍ବେଦନଶୀଳ ଅଞ୍ଚଳରେ ପୁଣି
ଥରେ କର୍ଫ୍ୟୁ ଜାରି କରିଛି। ଶନିବାର ଠାରୁଦୁଇ ମାସ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ କୌଣସି
ପ୍ରକାରର ପ୍ରତିବାଦ ଉପରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
କାଠମାଣ୍ଡୁର ମୁଖ୍ୟ ଜିଲ୍ଲା ମାଜିଷ୍ଟ୍ରେଟ୍ ଈଶ୍ୱର ରାଜ ପୋଡେଲଙ୍କ
ଦ୍ୱାରା ଜାରି ସୁଚନା ଅନୁସାରେ ୧୮ ଅକ୍ଟୋବରରୁ ୧୮ ଡିସେମ୍ବର ପର୍ଯ୍ୟନ୍ତ କାଠମାଣ୍ଡୁର ପାଞ୍ଚଟି
ସମ୍ବେଦନଶୀଳ ଅଞ୍ଚଳ ପାଖାପାଖି କର୍ଫ୍ୟୁ ଜାରି କରାଯାଇଛି। ଏହି ସୁଚନା ଅନୁଯାୟୀଯେକୌଣସି ରାଜନୈତିକ
ଦଳ, ସଂଗଠନ, କିମ୍ବା କୌଣସି
ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କ ଦ୍ୱାରା ସଭା, ସମ୍ମିଳନୀ, ଧାରଣା, ପ୍ରଦର୍ଶନ, ଶୋଭାଯାତ୍ରା, ରାଲି କିମ୍ବା ସ୍ଲୋଗାନ ଦେବାରୁ ନିଷେଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା