ଚଣ୍ଡିଗଡ଼୧୮ ଅକ୍ଟୋବର
(ହି.ସ.)- ପଞ୍ଜାବରେ ଫତେହଗଡ଼ ସାହିବ ଜିଲ୍ଲାର ସରହିନ୍ଦ ରେଳ ଷ୍ଟେସନ ନିକଟରେ ଆଜି ସକାଳେ ଗରିବ
ରଥ ଟ୍ରେନର ଏକ ବଗିରେ ନିଆଁ ଲାଗିଛି। ଗରିବ ରଥ ଅମୃତସରରୁ ବିହାରର ସହରସା ଅଭିମୁଖେ ଯାତ୍ରା
କରୁଥିଲା। ଅଗ୍ନିକାଣ୍ଡ ବଗି ନମ୍ବର ୧୯ରେ ଲାଗିଥିଲା। କୌଣସି ମୃତାହତର ଖବର ମିଳିନାହିଁ।ପ୍ରାଥମିକ
ତଦନ୍ତରୁ ଅଗ୍ନିକାଣ୍ଡ କାରଣ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଜଣାପଡିଛି। ଅଗ୍ନିକାଣ୍ଡ
ସମ୍ପର୍କରେ ସୂଚନା ପାଇ ଜରୁରୀକାଳୀନ ବ୍ରେକ ବ୍ୟବହାର କରି ଟ୍ରେନକୁ ଅଟକାଇ ଦିଆଯାଇଥିଲା।
ଟ୍ରେନ ଅଟକିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଥିଲା, ଯେଉଁଥିରେ ପରସ୍ପର ପୂର୍ବରୁ ଓହ୍ଲାଇବାକୁ ଚେଷ୍ଟା
କରୁଥିବା ଅନେକ ଯାତ୍ରୀ ଆହତ ହୋଇଥିଲେ। ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ
କରାଯାଇଥିଲା।ଅଧିକାରୀମାନେ କହିଛନ୍ତି ଯେ ଟ୍ରେନ ସକାଳ ୭ଟାରେ ଟ୍ରେନଟି ସିରହିନ୍ଦ ଷ୍ଟେସନ ଦେଇ
ଗଲା। ବ୍ରାହ୍ମଣ ମାଜରା ଗାଁ ନିକଟରେ, ଜଣେ ଯାତ୍ରୀ ବଗି
ନମ୍ବର ୧୯ ରୁ ଧୂଆଁ ବାହାରୁଥିବା ଦେଖିଲେ। ସେ ଚିତ୍କାର କରି ଚେନ୍ ଟାଣିଲେ। ଧୂଆଁ ସହିତ ନିଆଁ
ଉଠିବା ଆରମ୍ଭ ହୋଇଥିଲା, ଯାହା ଫଳରେ ଆତଙ୍କ
ସୃଷ୍ଟି ହୋଇଥିଲା। ସୂଚନା ପାଇ ରେଳବାଇ,ଅଗ୍ନିଶମ ବାହିନୀ
ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।ଏହା ପୁର୍ବରୁ ଗଣ୍ଡଗୋଳ ମଧ୍ୟରେଯାତ୍ରୀମାନେ କୋଚ୍ରୁ
ଓହ୍ଲାଇବାକୁ ଲାଗିଲେ। ଅନ୍ୟ କୋଚ୍ର ଯାତ୍ରୀମାନେ ମଧ୍ୟ ଓହ୍ଲାଇ ପଡ଼ିଲେ। ଟିଟିଇ ଏବଂ ପାଇଲଟ୍ ଏହାର
ସୁଚନା ରେଳ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା