ନୂଆଦିଲ୍ଲୀ, ୧୮ ଅକ୍ଟୋବର(ହି.ସ.) – ବସ୍ତୁ ଏବଂ ସେବା କର(ଜିଏସ୍ଟି) ସଂଶୋଧନ ପରେ ବଜାରରେ ଏଥର ରେକର୍ଡ଼ ବିକ୍ରୀ ଦେଖାଯାଉଛି। ଶନିବାର ଦିନ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ନବରାତ୍ରୀରେ ଇଲେକ୍ଟ୍ରୋନିକ୍ସର ରେକର୍ଡ଼ ବିକ୍ରୀ ହୋଇଛି। ଯେତିକି ମଧ୍ୟ ରିଟେଲ୍ ଚେନ୍ ଅଛି ସେଥିରୁ ଯେଉଁ ଡାଟା ଆସିଛି, ଏହା ହିସାବରେ ଗତ ନବରାତ୍ରୀ ତୁଳନାରେ ଏଥର ୨୦ରୁ ୨୫ ପ୍ରତିଶତ ଅଧିକ ବିକ୍ରି ହୋଇଛି। ଏଥିରେ ୮୫ ଇଂଚ ଟିଭିର ଟ୍ରାକ୍ ଶେଷ ହୋଇଯାଇଛି।
ନ୍ୟାସନାଲ ମିଡିଆ ସେଂଟରରେ ଶନିବାର ଦିନ ଆୟୋଜିତ ପ୍ରେସବାର୍ତାରେ ଅଶ୍ୱିନୀ ବୈଷ୍ଣବ ଇଲେକ୍ଟ୍ରୋନିକ୍ସ ଜିନିଷର ବିକ୍ରୀର ସୂଚନା ଦେଇ କହିଛନ୍ତି ଯେ ଜିଏସ୍ଟି ପରିବର୍ତନ କାରଣରୁ ବହୁତ ସାରା ପରିବାର ପୁରୁଣା ଟିଭିକୁ ଅପଗ୍ରେଡ କରି ନୂଆ ଟେଲିଭିଜନ କିଣନ୍ତୁ। ବହୁତ ସାରା ପରିବାର ନିଜ ପୁରୁଣା ସ୍ମାର୍ଟଫୋନ୍କୁ ଅପଗ୍ରେଡ କରି ନୂଆ ସ୍ମାର୍ଟଫୋନ୍ କିଣନ୍ତୁ। ସେହିପରି ୱାସିଂମେସିନ୍ ହେଉ ବା ଏୟାର କଣ୍ଡିସନର୍ସ ହେଉ, ମୋବାଇଲ୍ ଫୋନ୍ ହେଉ, ସେଟ୍ ଅପ୍ ବକ୍ସ ହେଉ, ଏହିସବୁର ବିକ୍ରିରେ ଏହି ନବରାତ୍ରୀରେ ରେକର୍ଡ଼ ବିକ୍ରି ହୋଇଛି। ବଜାର ଅନୁମାନ ମୁତାବିକ ଏହି କ୍ଷେତ୍ରରେ ୨୦ରୁ ୨୫ ପ୍ରତିଶତରୁ ଅଧିକ ସେଲ୍ ହୋଇଛି। ସେ କହିଛନ୍ତି ଯେ ଜିଏସ୍ଟି ସୁଧାରରୁ ଖାଦ୍ୟ ମହଙ୍ଗା ଦରରେ ହ୍ରାସ ଆସିଛି। ଚାରି ମାସ ହେଲା ଖାଇବା ପିଇବା ଜିନିଷର ଦାମ୍ କମ୍ ହୋଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି