ନୂଆଦିଲ୍ଲୀ, ୧୮ ଅକ୍ଟୋବର
(ହି.ସ.)- କଂଗ୍ରେସ ମହାସଚିବ ଜୟରାମ ରମେଶ ଚୀନ୍ ସହିତ
ବଢ଼ୁଥିବା ବାଣିଜ୍ୟ ନିଅଣ୍ଟ ବିଷୟରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।ରମେଶ ଏକ୍ସ-ପୋଷ୍ଟରେ ଦାବି କରିଛନ୍ତି ଯେ ଏପ୍ରିଲ୍ ରୁ
ସେପ୍ଟେମ୍ବର ୨୦୨୫ ମଧ୍ୟରେ ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ୫୪.୪ ବିଲିୟନ ଡଲାରକୁ
ବୃଦ୍ଧି ପାଇଛି, ଯାହା ଗତ ବର୍ଷ ସମାନ ସମୟରେ ୪୯.୬ ବିଲିୟନ ଡଲାର
ଥିଲା। ଜୟରାମ ରମେଶ କହିଛନ୍ତି ଯେ ଚୀନ୍ରୁ ଆମଦାନି ନିରନ୍ତର ବୃଦ୍ଧି ପାଉଛି, ଯାହା ଉପରେ ସରକାରଙ୍କୁ ଧ୍ୟାନ ଦେବା ଉଚିତ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା