ମଥୁରା, ୧୮ ଅକ୍ଟୋବର(ହି.ସ.) – ମଥୁରା ଜିଲ୍ଲା ପାଇଁ ଧନତେରସ ପର୍ବ ବହୁତ ଐତିହାସିକ ଏବଂ ଖାସ୍ ହେବାକୁ ଯାଉଛି। ଏଠାରେ ବୃନ୍ଦାବନର ଠାକୁର ଶ୍ରୀ ବାଙ୍କେବିହାରୀ ମହାରାଜଙ୍କ ମନ୍ଦିରରେ ଗତ ୫୪ ବର୍ଷରୁ ବନ୍ଦ ପଡ଼ିଥିବା ରତ୍ନ ଭଣ୍ଡାରର କୁ ଶନିବାର ଦିନ ମନ୍ଦିରର ହାଇପାୱର୍ଡ ମନ୍ଦିର ପ୍ରବନ୍ଧନ କମିଟିର ଆଦେଶରେ ଖୋଲାଯାଉଛି। ଟିମ୍ ମନ୍ଦିର ଭିତରେ ପ୍ରବେଶ କରିସାରିଛି। ଅନ୍ୟପକ୍ଷରେ ଗୋସ୍ୱାମୀ ହଙ୍ଗାମା କରୁଛି। ତାଙ୍କ ଦାବି ଯେ ରତ୍ନଭଣ୍ଡାରରୁ ଯାହା ବାହାରିବ, ତାକୁ ମନ୍ଦିର ବାହାରେ ସ୍କ୍ରିନ୍ ଲଗାଇ ଲାଇଭ୍ କରାଯାଉ। ସମସ୍ତଙ୍କ ଦୃଷ୍ଟି ତୋଶଖାନେରେ ଲାଗିଛି। କୁହାଯାଉଛି ଯେ ଏହି ରତ୍ନଭଣ୍ଡାରରୁ ସୁନା ରୂପାର ଅଳଙ୍କାର, ଦାମିକା ବସ୍ତୁ, ପ୍ରାଚୀନ ଐତିହ୍ୟ ଏବଂ ଧାର୍ମିକ ଉପହାର ସାମିଲ ହୋଇପାରେ, ଯାହା ବହୁବର୍ଷ ହେଲା ତାଲାରେ ବନ୍ଦ ପଡ଼ିଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି