ନୂଆଦିଲ୍ଲୀ, ୧୮ ଅକ୍ଟୋବର
(ହି.ସ.)- ଉତ୍ସବ ଋତୁରେଏହି ବ୍ୟସ୍ତବହୁଳ ରୁତୁରେ ସୋସିଆଲ ମିଡିଆରେ
ରେଲୱେ ସହ ଜଡିତ ପୁରୁଣା କିମ୍ବା ଭୁଲ ସୂଚନା
ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିଛି।ରେଳବାଇ ଶନିବାର
ଦିନଘୋଷଣା କରିଛି ଯେ ୨୦ ରୁ ଅଧିକ ସୋସିଆଲ ମିଡିଆ
ହ୍ୟାଣ୍ଡେଲ ଚିହ୍ନଟ କରାଯାଇଛି,ଯାହା ପୁରୁଣା
କିମ୍ବା ମିଥ୍ୟା ଭିଡିଓ ପ୍ରସାରଣ କରୁଥିଲା । ସେମାନଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ ପ୍ରକ୍ରିୟା
ଆରମ୍ଭ ହୋଇଛି। ସୋଶିଆଲ ମିଡିଆ ପ୍ଲାଟଫର୍ମ ଉପରେ 24 ଘଣ୍ଟା ମନିଟରିଙ୍ଗ କରାଯାଉଛି।ଯାହାଦ୍ୱାରା
କୌଣସି ପ୍ରକାର ଭୁଲ ସୂଚନା କିମ୍ବା ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ତୁରନ୍ତ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।ରେଳବାଇ ନାଗରିକମାନଙ୍କୁ ନିବେଦନ କରିଛି ଯେ ସେ କୌଣସି
ଭିଡିଓ କିମ୍ବା ସୂଚନା ସେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଉଚିତ। ଯାତ୍ରୀମାନଙ୍କୁ
ଅନୁରୋଧ କରାଯାଇଛି ଯେ ସେ କେବଳ ରେଳବାଇର
ସରକାରୀ ବିଜ୍ଞପ୍ତି ଏବଂ ଏକ୍ସ ଫେସବୁକ ,ଇନଷ୍ଟାଗ୍ରାମ ତଥା ୟୁଟ୍ୟୁବ୍ ଭଳି ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ
ଉପରେ ନିର୍ଭର କରିବା ଉଚିତ। ରେଳବାଇ ସ୍ପଷ୍ଟ କରିଛି ଯେ ଭୁଲ ସୂଚନା ପ୍ରସାରଣ କରୁଥିବା
ଯେକୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା