ଚଣ୍ଡିଗଡ଼, ୧୮ ଅକ୍ଟୋବର (ହି.ସ.) – ପାଗ ପରିବର୍ତନ ଯୋଗୁଁ ଭାରତ-ପାକିସ୍ଥାନ ସମୀମାର ଅଟାରୀରେ ପ୍ରତିଦନ ପ୍ରତ୍ୟାହାର ସମାରୋହର ସମୟ ପରିବର୍ତନ କରାଯାଇଛି । ବିଏସଏଫ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ଦୈନିକ ପ୍ରତ୍ୟାହାର ସମୟ ସନ୍ଧ୍ୟା ୫.୩୦ ରୁ ୬.୦୦ ଟା ପର୍ଯ୍ୟନ୍ତ ଥିଲା । ବର୍ତମାନ ପରିବର୍ତିତ ପାଗ ଯୋଗୁଁ ସମୟକୁ ୩୦ ମିନିଟ୍ ଆଗକୁ ବଢ଼ାଯାଇଛି । ବିଏସଏଫଙ୍କ କହିବା ଅନୁସାରେ ରିଟ୍ରିଟ୍ ସମାରୋହ ଏବେ ପ୍ରତିନି ସନ୍୍ୟା ୫ ଟାରୁ ୫.୩୦ ପର୍ଯ୍ୟନ୍ତ କରାଯିବ ।
ଏହି ପରିପ୍ରେକ୍ଷୀରେ ସମୟ ପରିବର୍ତନକୁ ଧ୍ୟାନରେ ରଖି ସମସ୍ତ ପର୍ଯ୍ୟଟକ ଏବଂ ସ୍ଥାନୀୟ ନାଗରିକଙ୍କୁ ସମୟ ମଧ୍ୟରେ ପହଂଚିବାକୁ କର୍ତୃପକ୍ଷ ନିବେଦନ କରିଛନ୍ତି । ଅମୃତସର-ଅଟାରୀ ସୀମାରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ରିଟ୍ରିଟ୍ ସମାରୋହ ଭାରତ ଏବଂ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୋ ଏହି ସମାରୋହରେ ସୀମା ସୁରକ୍ଷା ବଳର କର୍ମଚାରୀମାନେ ସାମରିକ ବୀରତ୍ୱ ଏବଂ ଶୃଙ୍ଖଳାର ଏକ ଉଲ୍ଲେଖନୀୟ ପ୍ରଦର୍ଶନ କରନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ