କାବୁଲ, 18 ଅକ୍ଟୋବର (ହି.ସ.)- ପାକିସ୍ତାନ ରାତି ସାରା ଆଫଗାନିସ୍ତାନର କିଛି ଅଞ୍ଚଳରେ
ଆକ୍ରମଣ ଚଲାଇଛି। ପକ୍ତିକା ପ୍ରାନ୍ତର ଆର୍ଗନ ଓ ବିରମଲ୍ ଜିଲ୍ଲାରେ ହୋଇଥିବା ସାମ୍ପ୍ରତିକ
ଆକ୍ରମଣରେ ଆଠଜଣ ଆଫଗାନ କ୍ରିକେଟ୍ ଖେଳାଳି ସହିତ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। ଦୋହାରେ
ଶାନ୍ତି ଆଲୋଚନା ସମୟରେ ଅସ୍ଥାୟୀ ଯୁଦ୍ଧବିରାମ ବଢ଼ାଯିବା ପରେ ଏହି ଆକ୍ରମଣ ଘଟିଛି, ଫଳରେ ସୀମାନ୍ତ
ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।
'ଦ ବାଲୋଚିସ୍ତାନ
ପୋଷ୍ଟ' (ପଶ୍ତୋ ଭାଷା)
ସୋମବାର ଦେଇଥିବା ଏକ ଖବରରେ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି ଯେ, ପାକିସ୍ତାନୀ ସେନା
ଆର୍ଗନ ଓ ବରମାଲ୍ ଜିଲ୍ଲାର ଅନେକ ଅଞ୍ଚଳକୁ ନିଶାନା ବନାଇଛି। ମୃତ୍ୟୁ ଓ ଆହତ ହୋଇଥିବା
ଲୋକମାନଙ୍କ ମଧ୍ୟରେ ମହିଳା ଓ ଶିଶୁମାନେ ମଧ୍ୟ ଅଛନ୍ତି। ଏହି ବିମାନ ଆକ୍ରମଣରେ ଆଠଜଣ କ୍ରିକେଟ୍
ଖେଳାଳି ମୃତ୍ୟୁବରଣ କରିଛନ୍ତି।
ଆଫଗାନ କ୍ରିକେଟ୍ ବୋର୍ଡର ସୂତ୍ର କହିଛନ୍ତି ଯେ, ଖେଳାଳିମାନେ
ପ୍ରାନ୍ତୀୟ କେନ୍ଦ୍ରରୁ ନିଜ ଜିଲ୍ଲାକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଆଫଗାନ
ମିଡିଆ ଅନୁଯାୟୀ, ଏହି ଆକ୍ରମଣ
ଅଧିକାଂଶ ରେସିଡେନ୍ସିଆଲ୍ ଅଞ୍ଚଳରେ ହୋଇଛି। ହତାହତ ସଂଖ୍ୟା ସଂପୂର୍ଣ୍ଣ ଭାବେ ଆସିପାରିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା