ରତଲାମ, 18 ଅକ୍ଟୋବର (ହି.ସ.)- ଦୀପୋତ୍ସବର ଉତ୍ସାହ ମଧ୍ୟରେ ରତଲାମର ମା ମହାଲକ୍ଷ୍ମୀ
ମନ୍ଦିର ଏଥରେ ମଧ୍ୟ ତାଙ୍କର ବିଶେଷ ଓ ଭବ୍ୟ ସାଜସଜା ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହି
ମନ୍ଦିରକୁ ଫୁଲରେ ନୁହେଁ, ବରଂ ହୀରା, ଗହଣାରେ ଓ ଟଙ୍କାର
ମାଳା ଦ୍ୱାରା ସଜାଯାଇଛି। ଗର୍ଭଗୃହରୁ ଆରମ୍ଭ କରି ପାଚେରୀ ପର୍ଯ୍ୟନ୍ତ ସବୁଠି ଟଙ୍କା ଓ ଗହଣାର
ଚମକ ଦେଖିବାକୁ ମିଳୁଛି। କେଉଁଠି ମାଳାରେ ୧୦ ଟଙ୍କାର ନୋଟ୍ ଅଛି, ତ କେଉଁଠି ୫୦୦
ଟଙ୍କାର।
ମନ୍ଦିର ସମିତି ଅନୁସାରେ, ଏହି ବର୍ଷ ପ୍ରାୟ ୨ କୋଟି ଟଙ୍କାର ନଗଦ ଓ ଗହଣାରେ
ମନ୍ଦିରକୁ ସଜାଯାଇଛି। ଦୀପୋତ୍ସବର ପାଞ୍ଚ ଦିନ ଶେଷ ହେବା ପରେ, ଏହି ସମସ୍ତ ଧନ ଓ
ଗହଣା “ପ୍ରସାଦୀ” ଭାବରେ
ଦାତାମାନଙ୍କୁ ଫେରାଇ ଦିଆଯିବ। ପରମ୍ପରା ମୁତାବକ ଏ ପର୍ଯ୍ୟନ୍ତ ଏଠାରୁ ଗୋଟିଏ ଟଙ୍କା ମଧ୍ୟ
ହେରାଫେରି ହୋଇନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା