ଇଟାନଗର, ୧୯ ଅକ୍ଟୋବର(ହି.ସ.) – ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାରେ ନେଶନାଲ ସୋଶାଲିଷ୍ଟ କାଉଂସିଲ ଅଫ୍ ନାଗାଲାଣ୍ଡ- ଖାପଲାଂଗ(ଏନ୍ଏସ୍ସିଏନ୍-କେ) ଗ୍ରୁପର ସଶସ୍ତ୍ର ଉଗ୍ରବାଦୀଙ୍କ ଦ୍ୱାରା ଅପହୃତ କରାଯାଇଥିବା ଦୁଇ ଶ୍ରମିକଙ୍କୁ ଆସାମ ରାଇଫଲ୍ସର ଖୋଂସା ବାଟାଲିୟନ ପ୍ରାୟ ୧୨ ଘଂଟା ଭିତରେ ବିନା କୌଣସି କ୍ଷତିରେ ବଂଚାଇଛନ୍ତି।
ରବିବାର ଦିନ ରାଜ୍ୟ ପୋଲିସ୍ ମୁଖ୍ୟାଳୟ ସୂଚନା ଅନୁଯାୟୀ, ତିରପ ଜିଲ୍ଲାର ଦାଦନ ସର୍କଲର ଲାହୁ ଗାଆଁରେ ଏକ ରୋଡ଼ କନଷ୍ଟ୍ରକସନ ପ୍ରୋଜେକ୍ଟରେ ଲାଗିଥିବା ମେସର୍ସ ଅଗ୍ରୱାଲ କଷ୍ଟ୍ରକସନ କମ୍ପାନୀର ଦୁଇ ଶ୍ରମିକଙ୍କୁ ଶନିବାର ସନ୍ଧ୍ୟା ପ୍ରାୟ ୪ଟାରେ ଏନ୍ଏସ୍ସିଏନ୍(କେ) ପ୍ରାୟ ସାତରୁ ଆଠ ସଶସ୍ତ୍ର ଉଗ୍ରବାଦୀମାନଙ୍କ ଏକ ଗ୍ରୁପ ଅପହରଣ କରିନେଇଥିଲେ। ଗତ ରାତି(ଶନିବାର) ଇଂଟେଲିଜେନ୍ସ ସୂଚନା ଆଧାରରେ, ଆସାମ ରାଇଫଲ୍ସର ଖୋସା ବାଟାଲିୟନ ଲୋଂଗାଡିଗ ପୋଲିସ୍ ସହିତ ମିଶି ବଡ଼ ସତର୍କତା ସହିତ ଏକ ସଂଯୁକ୍ତ ବଚାଲ ଅଭିଯାନ ଚଳାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି