ଋଦ୍ରପ୍ରୟାଗ, ୧୯ ଅକ୍ଟୋବର (ହି.ସ.) – ପଂଚ କେଦାରନାଥର ମୁଖ୍ୟ ତୀର୍ଥସ୍ଥଳ ଶ୍ରୀ କେଦାରନାଥ ଧାମରେ ଦୀପାବଳିରେ କୌଣସି ଆତସବାଜି ହେବ ନାହିଁ । ଆତସବାଜିକୁ ନିରୁତ୍ସାହିତ କରିବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ଏକ ସଚେତନତା ଏବଂ ସୁରକ୍ଷା ଅଭିଯାନ ଆରମ୍ଭ କରିଛି । ପୋଲିସ ଉପ-ସୁପରିଟେଣ୍ଡେଂଟ ପ୍ରବୋଧ କୁମାର ଘିଲଡିୟାଲ କହିଛନ୍ତି ଯେ, ହିମାଳୟର ପାଦଦେଶରେ ଅବସ୍ଥିତ କେଦାରନାଥକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଦୀପାବଳିରେ କୌଣସି ପ୍ରକାରର ଆତସବାଜି ଫୁଟାଯିବ ନାହିଁ । କୁହାଗଲା ଯେ, ପୂର୍ବ ବର୍ଷ ପରି ଏଥର ମଧ୍ୟ କେଦାରନାଥ ଧାମ ଅଂଚଳରେ ଦୀପାବଳି ଅବସରରେ କୌଣସି ଆତସବାଜି ହେବ ନାହିଁ । କୁହାଯାଉଛି ଯେ, ରବିବାର ଦିନ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସ୍ଥାନୀୟ ବ୍ୟବସାୟୀ ଏବଂ ଭକ୍ତ ମାନଙ୍କୁ କେଦାରନାଥରେ ଫୋଟକା ଏବଂ ଆତସବାଜି ନ ଫୁଟାଇବା ବିଷୟରେ ସଚେତନ କରିଥିଲେ । ଧାମକୁ ସୁନ୍ଦର ଏବଂ ପ୍ରଦୂଷଣ ମୁକ୍ତ କରିବା ପାଇଁ ସେ ଧାମରେ ଉପସ୍ଥିତ ଲୋକମାନଙ୍କୁ ସହଯୋଗ ପାଇଁ ମଧ୍ୟ ନିବେଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ