ନୂଆଦିଲ୍ଲୀ, ୧୯ ଅକ୍ଟୋବର(ହି.ସ.) – ରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨୧ ଅକ୍ଟୋବର ଦିନ ପୋଲିସ୍ ସ୍ମୃତି ଦିବସରେ ନୂଆଦିଲ୍ଲୀର ରାଷ୍ଟ୍ରୀୟ ପୋଲିସ୍ ସ୍ମାରକରେ ଶହୀଦ ପୋଲିସ୍କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ତେବେ ମୁଖ୍ୟ କାର୍ଯ୍ୟକ୍ରମ ଏଠାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ ଏବଂ ଦିଲ୍ଲୀ ପୋଲିସ୍ର ସଂଯୁକ୍ତ ପରେଡ ହେବ।
ଗୃହ ମନ୍ତ୍ରାଳୟ ଅନୁଯାୟୀ ରକ୍ଷା ମନ୍ତ୍ରୀଙ୍କ ସହିତ ଗୃହ ରାଜ୍ୟ ମନ୍ତ୍ରୀ, ସିଏପିଏଫ୍ ଏବଂ ସିପିଓର ପ୍ରମୁଖ, ସେବାନିବୃତ ଡିଜି ଏବଂ ଅନ୍ୟ ଅଧିକାରୀ ଶହୀଦଙ୍କୁ ପୁଷ୍ପାଞ୍ଜଳି ଅର୍ପିତ କରିବେ। ରକ୍ଷାମନ୍ତ୍ରୀ କାର୍ଯ୍ୟକ୍ରମ ସମୟରେ ଶହୀଦଙ୍କ ବୀରତାକୁ ମନେପକାଇବେ ଏବଂ ପୋଲିସ୍ ବଳଙ୍କ ଆଗରେ ଆସୁଥିବା ଆହ୍ୱାନ ଉପରେ ନିଜର ବିଚାର ସ୍ପଷ୍ଟ କରିବେ। କାର୍ଯ୍ୟକ୍ରମର ସମାପନ ହଟ ସ୍ପିଂଗସର ଶହିଦଙ୍କ ସ୍ମୃତି ବେଦୀରେ ପୁଷ୍ପାଞ୍ଜଳି ଅର୍ପିତ କରାଯିବ। ଏଠାରେ ୨୨ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ କେତେକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। ଏଥିରେ ଶହିଦଙ୍କ ପରିବାରର ଯାତ୍ରା, ପୋଲିସ୍ ବ୍ୟାଣ୍ଡ ପ୍ରଦର୍ଶନ, ମୋଟରସାଇକେଲ ର୍ୟାଲି, ରନ୍ ଫର୍ ମାର୍ଟିୟର୍ସ, ରକ୍ତଦାନ ଶିବିର, ନିବନ୍ଧ ଏବଂ ପେଟିଂ ପ୍ରତିଯୋଗିତା ସାମିଲ ଅଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପୋଲିସ୍ ବଳର ସାହସ, ବଳିଦାନ ଏବଂ ସେବାକୁ ମନେପକାଇବା।
ଉଲ୍ଲେଖନୀୟ ଯେ ସବୁବର୍ଷ ୨୧ ଅକ୍ଟୋବରକୁ ପୋଲିସ୍ ସ୍ମୃତି ଦିବସ ସେହି ଦଶ ବାହାଦୁର ପୋଲିସ୍ କର୍ମୀଙ୍କ ସ୍ମୃତିରେ ପାଳନ କରାଯାଉଛି, ଯେଉଁମାନେ ୧୯୫୯ରେ ଲଦାଖର ହଟ ସ୍ପିଂଗସ୍ରେ ଚୀନ୍ର ଆକ୍ରମଣରେ ବଳିଦାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି