ଡେରାଡୁନ୍, ୧୯ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦି କୈଳାସ ପରିଦର୍ଶନ ପରେ, ଆଦି କୈଳାସ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚଳିତ ବର୍ଷ ଆଦି କୈଳାସ ଯାତ୍ରା ପୂର୍ବ ରେକର୍ଡ ଭାଙ୍ଗିଛି । ଚଳିତ ବର୍ଷ ୩୧,୫୯୮ ଜଣ ତୀର୍ଥଯାତ୍ରୀ ଆଦି କୈଳାସ ଏବଂ ଓମ୍ ପର୍ବତ ପରିଦର୍ଶନ କରିଛନ୍ତି ।
ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ, ଦେବଭୂମି ଉତରାଖଣ୍ଡରେ ଆଧ୍ୟାତ୍ମିକ ସୁଖ ଏବଂ ଶାନ୍ତି ପାଇଁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତୀର୍ଥଯାତ୍ରୀମାନେ ଯେପରି ମାର୍ଗରେ ସମସ୍ତ ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ଆଦି କୈଳାସ ଯାତ୍ରାକୁ ଆହୁରି ସଂଗଠିତ କରାଯିବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଯାତ୍ରା ସୁବିଧାର ବିସ୍ତାର ଉପରେ ଗୁରୁତ୍ୱ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ