ମହାରାଷ୍ଟ୍ରର ନାସିକରେ କର୍ମଭୂମି ଏକ୍ସପ୍ରେସରୁ ଖସି 2 ମୃତ, ଜଣେ ଆହତ
ମୁମ୍ବାଇ, 19 ଅକ୍ଟୋବର (ହି.ସ.)- ମହାରାଷ୍ଟ୍ରର ନାସିକ୍ ରୋଡ୍ ଷ୍ଟେସନ୍ ନିକଟରେ ଗତ ରାତିରେ ମୁମ୍ବାଇ ଲୋକମାନ୍ୟ ତିଲକ୍ ଟର୍ମିନସ୍‌ରୁ ବିହାରର ରକ୍ସୌଲ୍ ଯାଉଥିବା କର୍ମଭୂମି ଏକ୍ସପ୍ରେସ୍‌ରୁ ଖସି ଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି।
ମହାରାଷ୍ଟ୍ରର ନାସିକରେ     କର୍ମଭୂମି ଏକ୍ସପ୍ରେସରୁ ଖସି 2 ମୃତ, ଜଣେ ଆହତ


ମୁମ୍ବାଇ, 19 ଅକ୍ଟୋବର (ହି.ସ.)- ମହାରାଷ୍ଟ୍ରର ନାସିକ୍

ରୋଡ୍ ଷ୍ଟେସନ୍ ନିକଟରେ ଗତ ରାତିରେ ମୁମ୍ବାଇ ଲୋକମାନ୍ୟ ତିଲକ୍ ଟର୍ମିନସ୍‌ରୁ ବିହାରର ରକ୍ସୌଲ୍

ଯାଉଥିବା କର୍ମଭୂମି ଏକ୍ସପ୍ରେସ୍‌ରୁ ଖସି ଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର

ଆହତ ହୋଇଛନ୍ତି। ଆହତ ଯୁବକଙ୍କ ଚିକିତ୍ସା ଜିଲ୍ଲା ହସ୍ପିଟାଲରେ ଚାଲିଛି। ଏହି ଘଟଣାର ତଦନ୍ତ

ନାସିକ୍ ରୋଡ୍ ପୋଲିସ୍ ଷ୍ଟେସନ୍‌ର ଟିମ୍ କରୁଛି।

ନାସିକ୍ ରୋଡ୍ ପୋଲିସ୍

ଷ୍ଟେସନ୍‌ର ବରିଷ୍ଠ ନିରୀକ୍ଷକ ଜିତେନ୍ଦ୍ର ସପକାଲେ ରବିବାର କହିଛନ୍ତି ଯେ,

କର୍ମଭୂମି ଏକ୍ସପ୍ରେସ୍‌ରୁ ତିନି ଯୁବକ ପଡ଼ିଯିବାର

ସୂଚନା ମିଳିଥିବା ମାତ୍ରେ, ସେ ପୋଲିସ୍

ଉପନିରୀକ୍ଷକ ମାଲି ଓ କନଷ୍ଟେବଳ ଭୋଲେଙ୍କ ସହିତ ଏକ ଦଳ ନେଇ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଭୁସାଵଲ୍ ଯାଉଥିବା ପଟ୍ରିରେ କି.ମି. 190/1 ଓ 190/3 ମଧ୍ୟରେ ଦୁଇ ଯୁବକଙ୍କ ମୃତଦେହ ଓ ଜଣେ ଗୁରୁତର

ଆହତ ଯୁବକ ମିଳିଥିଲେ। ଗୁରୁତର ଆହତ ଯୁବକଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି

କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande