ଢାକା, 19 ଅକ୍ଟୋବର (ହି.ସ.)- ହଜରତ ଶାହଜଲାଲ୍
ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଭିଲେଜ୍ରେ ଶନିବାର ଦ୍ୱିପ୍ରହରରେ ଲାଗିଥିବା ଭୟଙ୍କର
ଅଗ୍ନିକାଣ୍ଡକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇଛି। ବିଳମ୍ବିତ ରାତିରେ ବିମାନବନ୍ଦରରୁ
ବିମାନ ଚାଳନା ପୁଣି ଆରମ୍ଭ ହୋଇଛି। ନିଆଁ ଲାଗିବାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ
କରାଯାଇଛି।
ଢାକାରେ ଅବସ୍ଥିତ ହଜରତ ଶାହଜଲାଲ୍
ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଭିଲେଜ୍ ଅଞ୍ଚଳରେ ଶନିବାର ଦ୍ୱିପ୍ରହର 2:15 ମିନିଟ୍
ସମୟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଏତେ ତିବ୍ର ଗତିରେ ପ୍ରସାରିତ ହେଉଥିଲା ଯେ
ସମସ୍ତ ବିମାନ ଚାଳନା ତୁରନ୍ତ ବନ୍ଦ କରିଦିଆଯାଇଥିଲା। ଆକାଶକୁ ଉଠୁଥିବା କଳାଧୂଆଁ ନିକଟସ୍ଥ
ଅଞ୍ଚଳଗୁଡ଼ିକୁ ଆଛାଦିତ କରିଦେଇଥିଲା।
ଏହି ଅବଧିରେ ଏୟାରପୋର୍ଟରୁ
ବିମାନ ଚାଳନା ବନ୍ଦ କରାଯାଇଥିଲା। ଅଗ୍ନିଶମନ ବିଭାଗ ଓ ବିମାନବନ୍ଦର ପ୍ରାଧିକାରୀଙ୍କ ତ୍ୱରିତ ଓ ସଂଯୁକ୍ତ ପ୍ରୟାସରେ ପ୍ରାୟ 7 ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା